ପୌର ନିର୍ବାଚନ ଲାଗି ଆସିଲା ନୂଆ ନିର୍ଦେଶନାମା

ପୌର ନିର୍ବାଚନ ଲାଗି ଆସିଲା ନୂଆ ନିର୍ଦେଶନାମା

ରାଜ୍ୟ ଖବର

ଭୁବନେଶ୍ବର :  ପୌର ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର ହୋଇଛି। ଏ ନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ବଡ଼ ନିର୍ଦେଶନାମା ଜାରି କରାଯାଇଛି। କର୍ପୋରେଟର/କାଉନସିଲର ପ୍ରାର୍ଥୀ, ମେୟର/ଅଧ୍ୟକ୍ଷ ପ୍ରାର୍ଥୀ କେତୋଟି ଗାଡ଼ି ନିର୍ବାଚନ କାର୍ୟ୍ୟରେ ବ୍ୟବହାର କରିପାରିବେ, କେତେ ଟଙ୍କା ସର୍ବାଧିକ ଖର୍ଚ୍ଚ କରିପାରିବେ ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, କାଉନସିଲର/କର୍ପୋରେଟର ପଦ ନିମନ୍ତେ ଲଢ଼ୁଥିବା ପ୍ରାର୍ଥୀ ତିନି ଚକିଆ ଓ ଚାରିଚକିଆ ଗାଡ଼ିକୁ ମିଶାଇ ସର୍ବାଧିକ ଦୁଇଟି ଗାଡ଼ି ବ୍ୟବହାର କରିପାରିବେ। ଏନ୍ଏସି/ମ୍ୟୁନିସପାଲଟି ଅଞ୍ଚଳର ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ତିନି ଚକିଆ ଓ ଚାରି ଚକିଆ ଗାଡ଼ିକୁ ମିଶାଇ ସର୍ବାଧିକ ୪ଟି ଗାଡ଼ି ବ୍ୟବହାର କରିପାରିବେ। ସେହିପରି ମହାନଗର ନିଗମର ମେୟର ପଦରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ ତିନି ଚକିଆ ଓ ଚାରିଚକିଆ ଗାଡ଼ିକୁ ମିଶାଇମୋଟ୍ ୬ଟି ଗାଡ଼ି ବ୍ୟବହାର କରିପାରିବେ। ସଂପୃକ୍ତ ରାଜନୈତିକ ଦଳମାନେ ପ୍ରତ୍ୟେକ ମହାନଗର ନିଗମ ଓ ମ୍ୟୁନିସପାଲଟି ଅଞ୍ଚଳ ପାଇଁ ନିର୍ବାଚନ କାର୍ୟ୍ୟରେ ଦୁଇଟି ଚାରିଚକିଆ ଗାଡ଼ି ବ୍ୟବହାର କରିପାରିବେ। ପ୍ରାର୍ଥୀମାନେ କେଉଁ ପ୍ରକାରର ଗାଡ଼ି, ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଗାଡ଼ିର ମାଲିକଙ୍କ ସମ୍ପର୍କରେ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିବେ।

ପୌର ନିର୍ବାଚନରେ ପ୍ରାର୍ଥୀମାନେ ଓଡ଼ିଶା ମ୍ୟୁନିସପାଲଟି ଅଧିନିୟକ ୧୯୫୦ର ଧାରା ୧୭(କ)ର ଉପଧାରା (ଆଇ) ଅନୁସାରେ ଯେଉଁ ଏନ୍ଏସି, ମ୍ୟୁନିସପାଲଟିରେ ୫୦ହଜାର ପର୍ୟ୍ୟନ୍ତ ଲୋକ ଥିବେ ସେଠାରେ କାଉନସିଲର ପ୍ରାର୍ଥୀ ୫୦ହଜାର ଏବଂ ଅଧ୍ୟକ୍ଷ ପ୍ରାର୍ଥୀ ୨ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ କରିପାରିବେ। ଯେଉଁ ଏନ୍ଏସି, ମ୍ୟୁନିସପାଲଟିରେ ୫୦ହଜାରରୁ ୧ଲକ୍ଷ ପର୍ୟ୍ୟନ୍ତ ଲୋକ ଅଛନ୍ତି ସେଠାରେ କାଉନସିଲର ପ୍ରାର୍ଥୀ ୭୫ହଜାର ଏବଂ ଅଧ୍ୟକ୍ଷ ପ୍ରାର୍ଥୀ ୩ଲକ୍ଷ ପର୍ୟ୍ୟନ୍ତ, ଯେଉଁ ମ୍ୟୁନିସପାଲଟିରେ ୧ଲକ୍ଷରୁ ଅଧିକ ଲୋକ ଥିବେ ସେଠାରେ କାଉନସିଲର ପ୍ରାର୍ଥୀ ୧ଲକ୍ଷ ଏବଂ ଅଧ୍ୟକ୍ଷ ପ୍ରାର୍ଥୀ ୫ଲକ୍ଷ ପର୍ୟ୍ୟନ୍ତ ଖର୍ଚ୍ଚ କରିପାରିବେ। ମହାନଗର ନିଗମ ଅଞ୍ଚଳରେ କର୍ପୋରେଟର ପ୍ରାର୍ଥୀ ୨ଲକ୍ଷ ଏବଂ ମେୟର ପ୍ରାର୍ଥୀ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

Powered by Froala Editor