ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀକୁ ଦୋହଲାଇବକୁ ହୋଇଥିବା ଷଡ଼୍ଟନ୍ତ୍ର। ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି ଦିଲ୍ଲୀ ପୋଲିସ। ଗୁରୁବାର ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ଟିମ୍ ପୁରୁଣା ସୀମାପୁରୀରୁ ଗୋଟିଏ ସନ୍ଦିଗ୍ଧ ବ୍ୟାଗ ଠାବ କରିଥିଲା। ଏହା ଭିତରୁ ୩ କେଜି ଓଜନର ଆଇଇଡି ଜବତ ହେବା ପରେ ହଇଚଇ ସୃଷ୍ଟି ହୋଇଛି।
ଆଇଇଡିକୁ ନିଷ୍କ୍ରିୟ କରାଯାଇଥିବା ବେଳେ ଘରର ମାଲିକ ଓ ପ୍ରପୋଟି ଡିଲରଙ୍କୁ ଅଟକ ରଖି ପଚରାଉଚାରା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ଜଣେ ଯୁବକ ଭଡ଼ାରେ ରହୁଥିଲା। ସେ ନକଲି ଦସ୍ତାବିଜ୍ ଦେଖାଇ ମାଲିକଙ୍କ ଠାରୁ ଆପାର୍ଟମେଣ୍ଟ ଭଡ଼ାରେ ନେଇଥିଲା।
ଘରର ମାଲିକ ଯୁବକଙ୍କୁ ରହିବାକୁ ଅନୁମତି ଦେଇଥିଲେ ମଧ୍ୟ ନିୟମ ଅନୁଯାୟୀ ପୁଲିସ୍ ଦ୍ୱାରା ତା’ ପରିଚୟର ଯାଞ୍ଚ କରି ନଥିଲେ। ଆପାର୍ଟମେଣ୍ଟର ମାଲିକ ଜଣଙ୍କ ପେଶାରେ କଣ୍ଟ୍ରାକ୍ଟର। ତାଙ୍କ ନାଁ କ୍ୱାସିମ। ଶକିଲ ନାମ ଜଣେ ପ୍ରପୋଟି ଡିଲରଙ୍କ ସହାୟତାରେ ସେ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲା ସନ୍ଦିଗ୍ଧ ଯୁବକଙ୍କୁ ଦେଇଥିଲେ।
ଜଣେ ଯୁବକ ଘର ନେଇଥିଲେ ମଧ୍ୟ ୧୦ ଦିନ ହେଲା ଆଉ ୩ ଜଣ ଯୁବକ ସେଠାରେ ରହିବା ଆରମ୍ଭ କରିଥିଲେ। ତେବେ ପୁଲିସ୍ ଆସିବା ପୂର୍ବରୁ ସମସ୍ତେ ଚମ୍ପଟ ମାରିଛନ୍ତି। ଦିଲ୍ଲୀ ପୁଲିସ୍ ଏକାଧିକ ସନ୍ଦିଗ୍ଧ କଲକୁ ଟ୍ରାକ୍ କରି ଉକ୍ତ ଆପାର୍ଟମେଣ୍ଟରେ ପହଞ୍ଚିଥିଲା। ସମସ୍ତେ ଏଠାରେ କୌଣସି ବଡ଼ଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ପୁଲିସ୍ ଜାଣିବାକୁ ପାଇଛି। ଏମାନେ କୌଣସି ଆତଙ୍କବାଦୀ ସଂଗଠନର ସ୍ଲିପର ସେଲ୍ ସଦସ୍ୟ ମଧ୍ୟ ପୁଲିସ୍ ଆଶଙ୍କା କରିଛି।
Powered by Froala Editor
