ସେନାଙ୍କ ଗୁଳିରେ ୨ ଆତଙ୍କୀ ସଫା

ସେନାଙ୍କ ଗୁଳିରେ ୨ ଆତଙ୍କୀ ସଫା

ଜାତୀୟ ଖବର

ଶ୍ରୀନଗର: ଆଜି ସକାଳୁ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ହୋଇଛି। ଉଭୟ ପଟୁ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ୨ ଜଣ ଯବାନ ଏବଂ ଜଣେ ସେନା ଅଧିକାରୀ ଆହତ ହୋଇଥିବା ସ୍ପଷ୍ଟ ହୋଇଛି। ଅନନ୍ତନାଗର ଏକିଂଗମରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଆଜି ସକାଳେ ସେନା ଜାଣିବାକୁ ପାଇଥିଲା। ଏହାପରେ ଅନନ୍ତନାଗ ଏରିଆକୁ ସେନା ଘେରିଯାଇ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ମୃତ ଆତଙ୍କବାଦୀଙ୍କ ଶରୀରକୁ ସେନା ଉଦ୍ଧାର କରିଛି।