୨୪ଘଣ୍ଟାରେ ରାଜ୍ୟରେ ୫୩୪ କରୋନା ସଂକ୍ରମିତ

୨୪ଘଣ୍ଟାରେ ରାଜ୍ୟରେ ୫୩୪ କରୋନା ସଂକ୍ରମିତ

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୫୩୪କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୧୦ଜଣ ରହିଥିବାବେଳେ ୨୨୪ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୧୪୭ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।

 ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ  ସର୍ବାଧିକ ୯୩, ଅନୁଗୁଳରୁ ୧୧, କଟକରୁ ୧୫, ବାଲେଶ୍ୱରରୁ ୧୫, ବରଗଡରୁ ୮, ଭଦ୍ରକରୁ ୬, ବଲାଙ୍ଗୀରରୁ ୫, ବୌଦ୍ଧରୁ ୮, ଦେବଗଡରୁ ୨, ଢେଙ୍କାନାଳରୁ ୩, ଗଜପତିରୁ ୨୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୫, ଯାଜପୁରରୁ ୨୬, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୮, କେରାପୁଟରୁ ୧୭, ମାଲକାନାଗିରିରୁ ୧, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୫, ନୟାଗଡରୁ ୨୧, ନୂଆପଡାରୁ ୧୦, ପୁରୀରୁ ୮, ରାୟଗଡାରୁ ୩୨, ସମ୍ବଲପୁରରୁ ୧୭, ସୋନପୁରରୁ ୧୦, ସୁନ୍ଦରଗଡରୁ ୧୨୧, ରାଜ୍ୟପୁଲରୁ ୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୧ହଜାର ୯୮୯କୁ ବୃଦ୍ଧି ପାଇଛି ।

 

Powered by Froala Editor