ରାଜଧାନୀରେ ଧର୍ମେନ୍ଦ୍ର ପ୍ରଧାନ, ଯିବେ ଗୌଡ଼ୀୟ ମଠ

ରାଜଧାନୀରେ ଧର୍ମେନ୍ଦ୍ର ପ୍ରଧାନ, ଯିବେ ଗୌଡ଼ୀୟ ମଠ

ରାଜ୍ୟ ଖବର

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ପହଁଚି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି  । ପୁରୀରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଜାଣିବାକୁ ମିଳିଛି  ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୌଡ଼ୀୟ ମଠ ପରିଦର୍ଶନ କରିବା ପରେ ପୁରୀର ଶରଧାବାଲିଠାରେ ଆୟୋଜିତ ଶ୍ରୀମଦ୍ ଭକ୍ତିସିଦ୍ଧାନ୍ତ ଗୌଡ଼ୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେବେ ।  ଅପରପକ୍ଷରେ ପୂର୍ବାହ୍ଣ ୧୦ଟା ୩୫ରେ ରାଷ୍ଟ୍ରପତି ଗୌଡ଼ୀୟ ମଠରେ ପହଁଚି ଚତୁର୍ଦ୍ଧା ମୂର୍ତ୍ତି, ରାଧାକୃଷ୍ଣ ଓ ଶ୍ରୀଚେତନ୍ୟଙ୍କୁ ଦର୍ଶନ କରିବେ । ମଠ ଓ ମନ୍ଦିର ପରିସରରେ ମହାମହିମଙ୍କୁ ସ୍ୱାଗତ ଲାଗି ସୁନ୍ଦର ସାଜସଜା କରାଯାଇଛି । ଫୁଲ ସହ ବିଭିନ୍ନ ସନ୍ଥଙ୍କ ଫଟୋ ଚିତ୍ର ସଜାଇ ରଖାଯାଇଛି ।  


Powered by Froala Editor