ପଞ୍ଜାବ, ୟୁପିରେ ଚାଲିଛି ଭୋଟ

ପଞ୍ଜାବ, ୟୁପିରେ ଚାଲିଛି ଭୋଟ

ଜାତୀୟ ଖବର


ଚଣ୍ଡିଗଡ/ଲକ୍ଷ୍ନୌ: ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଛି ମତଦାନ । ବୁଥ ଆଗରେ ଲମ୍ବା ଧାଡିରେ ରହି ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଉତ୍ତରପ୍ରଦେଶରେ ଏହାକୁ ମିଶାଇ ତୃତୀୟ ପର୍ୟ୍ୟାୟ ମଦଦାନ ହେଉଥିବାବେଳେ ପଞ୍ଜାବରେ ପ୍ରଥମ ପର୍ୟ୍ୟାୟ ବିଧାନସଭା ମତଦାନ ଆରମ୍ଭ ହୋଇଛି । ଉଭୟ ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ମତଦାନ ।
ପଞ୍ଜାବରେ ମାତ୍ର ଗୋଟିଏ ପର୍ୟ୍ୟାୟରେ ସମସ୍ତ ଆସନ ପାଇଁ ଭୋଟଗ୍ରହଣ ଚାଲିଛି । ପଞ୍ଜାବରେ ୧୧୭ ବିଧାନସଭା ଆସନ ପାଇଁ ମୋଟ ୧୩୦୪ ପ୍ରାର୍ଥୀ ୨ କୋଟି ୧୪ ଲକ୍ଷ ଭୋଟର ବାଛୁଛନ୍ତି ପ୍ରତିନିଧି । ରାଜ୍ୟରେ ୨୪ ହଜାର ୬୮୯ ଭୋଟ ଗ୍ରହଣ କେନ୍ଦ୍ର ହୋଇଛି । ମୋଟ ୧୩୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୯୩ ମହିଳା ଓ ୧୨୦୯ ଜଣ ପୁରୁଷ ଅଛନ୍ତି ।ଆଜି ଉତ୍ତର ପ୍ରଦେଶରେ ତୃତୀୟ ପର୍ୟ୍ୟାୟରେ ଚାଲିଛି ମତଦାନ । ୧୬ଟି ଜିଲ୍ଲାରେ ୫୯ ଆସନରେ ଚାଲିଛି ଭୋଟ ଗ୍ରହଣ । ପୂର୍ବରୁ ୨ ପର୍ୟ୍ୟାୟ ଭୋଟିଂ ସରଛି । ଏହି ପର୍ୟ୍ୟାୟରେ ମୋଟ ୬୨୭ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ପ୍ରାୟ ୨.୧୫ କୋଟି ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ଆଜି ଭାଗ୍ୟ ପରୀକ୍ଷା ପାଇଁ ରହିଥିବା ପ୍ରାର୍ଥୀଙ୍କ ମଧ୍ୟରେ ସପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଖିଳେଶ ଯାଦବ ରହିଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ସିଂହ ଚନ୍ନି ଭୋଟ ପୂର୍ବରୁ ଗୁରୁଦ୍ବାରରେ ପ୍ରାର୍ଥନା କରିଛନ୍ତି । ଏହାପରେ ପ୍ରତିକ୍ରିୟାରେ କହିଛନ୍ତି ମୁଁ ପଞ୍ଜାବ ଓ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିବାକୁ ଆସିଛି । ଜନକଲ୍ୟାଣ ପାଇଁ ସବୁ ସାମର୍ଥ୍ୟ ଲଗାଇବୁ କହିଛନ୍ତି ଚନ୍ନି । ଚାମକୌର ଓ ଭାଦୁର ବିଧାନସଭା ଆସନରୁ ଲଢୁଛନ୍ତି ଚନ୍ନି ।

Powered by Froala Editor