ଭୁବନେଶ୍ୱର: ରାଜ୍ୟରେ ଆସି ସରିଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଭଳି ତୃତୀୟ ପର୍ଯ୍ୟାୟରେ ବି ହିଂସାକାଣ୍ଡ ଦେଖିବାକୁ ମିଳିଛି । ସବୁଠି ଟାର୍ଗେଟରେ ଭୋଟ ବାକ୍ସ । କିଏ ଭୋଟ ବାକ୍ସ ଉଠାଇ ନେଇ ପଳାଉଛନ୍ତି ତ କିଏ ଭୋଟ ବାକ୍ସକୁ ପୋଖରୀ ଭିତରକୁ ଫିଙ୍ଗି ଦେଉଥିବା ଖବର ଆସିଛି । ତେବେ ସବୁଠୁ ବଡ଼ କଥା ହେଲା ଚଳିତ ନିର୍ବାଚନରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ବୃଦ୍ଧି ପାଉଛି । ତେବେ ଏହାର ପ୍ରତିବାଦରେ ସାମ୍ବାଦିକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନ(ଏସଇସି)ଙ୍କୁ ଭେଟିଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଗିରଫ ସହ କଡ଼ା ଦଫା ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ପ୍ରକାଶ ଯେ ପୂର୍ବ ପର୍ଯ୍ୟାୟ ନିର୍ବାଚନ ଭଳି ଆଜି ମତଦାନ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଜଣାଯାଇଛି । ଖବର ସଂଗ୍ରହ ସଂଗ୍ରହ କରୁଥିବାବେଳ ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛଳ ପଞ୍ଚାୟତରେ ୨ ନଂ ବୁଥ ନିକଟରେ ଏହି ଆକ୍ରମଣ କରାଯାଇଛି । ବୁଥ ରିଗିଂ ଉଦ୍ୟମ ବେଳେ ଖବର ସଂଗ୍ରହ କରୁଥିବାବେଳ ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ସମ୍ପୃକ୍ତ ସାମ୍ବାଦିକମାନେ ହେଲେ ବୈଦୁ୍ୟତିକ ଗଣମାଧ୍ୟମର ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁ । ସେହିପରି ନୟାଗଡ଼ ଓ କଣାସରେ ବି ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି।
Powered by Froala Editor
