ବୁଥରେ ପିଟାପିଟି ହେଲେ ଏଜେଣ୍ଟ

ବୁଥରେ ପିଟାପିଟି ହେଲେ ଏଜେଣ୍ଟ

ରାଜ୍ୟ ଖବର

ଭୁବନେଶ୍ୱର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୂର୍ବରୁ ଦୁଇଟି ପର୍ଯ୍ୟାୟ ମତଦାନରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ  ମିଳିଥିଲା । ତେବେ ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି । ବୁଥ ଭିତରେ ଦୁଇ ଏଜେଣ୍ଟଙ୍କ ମଧ୍ୟରେ ପିଟାପିଟି । ହାଟଡିହି ବ୍ଲକ ଡିମିରିଆ ବୁଥରେ ୨ଏଜେଣ୍ଟ ହାତାହାତି ହୋଇଛନ୍ତି । ଫଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । 

ଆଜି ବି ଭୋଟ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଛଳ ପଂଚାୟତ ୪ ଓ ୬ନମ୍ବର ବୁଥରୁ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇ ନେଇଛନ୍ତି । ୪ଜଣ ଦୁର୍ବୃତ୍ତ ୪ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଥିବାବେଳେ ୬ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ନେଇ ଦୁର୍ବୃତ୍ତମାନେ  ପୋଖରୀରେ ପିଙ୍ଗି ଦେଇଛନ୍ତି । 

Powered by Froala Editor