ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଦିନ ଗୋଟାଏ ସୁଦ୍ଧା ୬୨ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ପୂର୍ବରୁ ସକାଳ ୯ଟା ସୁଦ୍ଧା ୧୫ ପ୍ରତିଶତ ଓ ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଥିଲା ।
ଅନ୍ୟପକ୍ଷରେ ରାଜ୍ୟର ଅଧିକାଂଶ ସ୍ଥାନରେ ହିଂସାକାଣ୍ଡର ଖବର ସାମନାକୁ ଆସୁଛି । ସବୁଠି ଟାର୍ଗେଟରେ ଭୋଟ ବାକ୍ସ । କିଏ ଭୋଟ ବାକ୍ସ ଉଠାଇ ନେଇ ପଳାଉଛନ୍ତି ତ କିଏ ଭୋଟ ବାକ୍ସକୁ ପୋଖରୀ ଭିତରକୁ ଫିଙ୍ଗି ଦେଉଥିବା ଖବର ଆସୁଛି । ତେବେ ଭୋଟର ଲିଷ୍ଟରେ ନାଁ ନଥିବାରୁ ନିୟମଗିରିର ଡଙ୍ଗରିଆ କନ୍ଧ ମଧ୍ୟ ସମାନ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି । କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତରେ ଡଙ୍ଗରିଆ କନ୍ଧ ଭୋଟ ବାକ୍ସ ଉଠାଇ ନେଇ ପଳାଛନ୍ତି । ଶୂନଖଣ୍ଡ ପଞ୍ଚାୟତ ଅନ୍ତର୍ଗତ ରାଇଲିମା ଗାଁ ୧୪ ନଂ ବୁଥରୁ ଡଙ୍ଗରିଆ କନ୍ଧ ଭୋଟ ବାକ୍ସ ଉଠାଇ ନେଇ ପଳାଛନ୍ତି । ଉପର ଓ ତଳ ମୁଶୁଡ଼ିର ୧୦୦ ଲୋକଙ୍କ ନା ଭୋଟର ଲିଷ୍ଟରେ ନାଁ ନଥିବା ଜଣାଯାଇଛି ।
ସେହିପରି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଛଳ ପଂଚାୟତ ୪ ଓ ୬ନମ୍ବର ବୁଥରୁ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇ ନେଇଛନ୍ତି । ୪ଜଣ ଦୁର୍ବୃତ୍ତ ୪ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଥିବାବେଳେ ୬ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ନେଇ ଦୁର୍ବୃତ୍ତମାନେ ପୋଖରୀରେ ପିଙ୍ଗି ଦେଇଛନ୍ତି । ଏହାପେରେ ବୁଥରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତେଜନା ଯୋଗୁଁ ବୁଥରେ ମତଦାନ ବନ୍ଦ ରହିଛି ।
Powered by Froala Editor
