ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ରାଠିସାହିବ୍ ରୋଡ୍ରେ ଏକ ଦୁର୍ଘଟଣ ଘଟିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଯାତ୍ରୀବାହୀ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ ଖସି ଏକ ଖାଇରେ ପଡ଼ିବାରୁ ଏପରି ଘଟଣା ଘଟିଛି। ଏହି ଘଟଣା ପରେ ଉତ୍ତରଖଣ୍ଡ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ୟ୍ୟକୁ ଜୋରଦାର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତାହତଙ୍କୁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।
Powered by Froala Editor
