ରାତି ୧୦ଟାରେ ଉଠିବ ମହାଦୀପ

ରାତି ୧୦ଟାରେ ଉଠିବ ମହାଦୀପ

ରାଜ୍ୟ ଖବର

ଭୁବନେଶ୍ବର:  ମାର୍ଚ୍ଚ ୧ ତାରିଖରେ ପଡୁଛି ମହାଶିବରାତ୍ରୀ। ସେଥିପାଇଁ ଆଜି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ସମନ୍ୱୟ ବୈଠକ। ଏଥିରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ।

ଏହି ବୈଠକରେ ଆଉ କିଛି ନିଷ୍ପତ୍ତି ମଧ୍ୟ ନିଆଯାଇଛି। ମନ୍ଦିର ଭିତରେ କୋଭିଡ୍ କଟକଣା ଭିତରେ ଭକ୍ତମାନେ ଦୀପ ଜାଳିପାରିବେ। ମନ୍ଦିରର ଗର୍ଭଗୃହ ଭିତରକୁ ଭକ୍ତମାନେ ଯାଇ ପାରିବେ ନାହିଁ। ଆଡ଼କାଠ ପାଖରୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ।

ଏଥର ମନ୍ଦିର ବାହାରେ ସଙ୍ଗରୋଧ କେନ୍ଦ୍ର କରାଯିବ। ଗହଳି ହଟାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। କୋଭିଡ ନିୟମକୁ ଗୁରୁତ୍ଵ ଦିଆଯିବ। ସେହିପରି ନିଷ୍ପତ୍ତି ପ୍ରକାରେ ଶିବରାତ୍ରୀ ଦିନ ରାତି ୩ ଟାରୁ ୩.୩୦ ପର୍ୟ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବା ସହ ସକାଳ ୫ ଟା ଯାଏଁ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ।

Powered by Froala Editor