ମସ୍କୋ : ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘୋଷଣା ପରେ ବେଳକୁ ବେଳ ଭୟଙ୍କର ଖବରମାନ ଆସୁଛି। ଏହା ମଧ୍ୟରେ ୟୁକ୍ରେନ୍ର ୩୦୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍ ପକ୍ଷରୁ ଦାବି କରାଯାଇଛି। ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ବିଭିନ୍ନ ସହରରେ ଯୁଦ୍ଧ ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରାଯାଇଛି। ଏହା ମଧ୍ୟରେ ୟୁକ୍ରେନ୍ ସରକାର ବିଶ୍ବ ସମୁଦାୟକୁ ଯୁଦ୍ଧ ରୋକିବାକୁ ଅନୁରୋଧ କରିଛନ୍ତି। ସେହିପରି ୟୁକ୍ରେନ୍କୁ ସାଜ ସାମାନ୍, ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ଗୃହମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ୟୁକ୍ରେନ୍ର ସୈନ୍ୟ ଠିକଣା ଉପରେ ଜୋରଦାର ଆକ୍ରମଣ କରାଯାଇଛି। ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ନାଟୋ ସଂଗଠନରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କଗରିଛି। ୟୁକ୍ରେନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ତୁର୍କି ସହିତ କଥାବାର୍ତ୍ତା ଆରମ୍ଭ ହୋଇଛି। ରୁଷିଆ ପକ୍ଷରୁ ୟୁକ୍ରେନ୍ ୨୩ ସ୍ଥାନରେ ଘନଘନ ଆକ୍ରମଣ କରାଯାଇଛି। ଏହା ମଧ୍ୟରେ ସକାଳେ ୟୁକ୍ରେନ୍ରେ ବଡ଼ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଲୋକମାନେ ନିଜକୁ ରକ୍ଷା କରିବାକୁ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି। ରଷିଆ ପକ୍ଷରୁ ସମସ୍ତ ବ୍ୟବସାୟିକ ବିମାନ ଉଡ଼ାଣ ବନ୍ଦ କରାଯାଇଛି। ରୁଷିଆ ଏୟାର୍ ସ୍ପେସ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଫଳରେ ଏହା ମଧ୍ୟରେ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବାକୁ ୟୁକ୍ରେନ୍ ଯାଇଥିବା ଏୟାର୍ ଇଣ୍ଡିଆ ବିମାନ ଫେରି ଆସିଛି। ହଜାର ହଜାର ବିଦେଶୀ ନାଗରିକ ବିମାନ ବନ୍ଦର ନିକଟରେ ଫସି ରହିଥିବା ଜାଣିବାକୁ ମିଳିଛି । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ରହିଛନ୍ତି । ଯୁଦ୍ଧ ପାଇଁ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ ଆଣୁଥିବାବେଳେ ୟୁକ୍ରେନର ଏହି ନିଷ୍ପତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।
Powered by Froala Editor
