ନୁଆଦିଲ୍ଲୀ : ରୁଷର ଆକ୍ରମଣ ରୋକିବାକୁ ଭାରତର ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ଭାରତରେ ୟୁକ୍ରେନ୍ର ରାଜଦୁତ। ରଷିଆ ସହିତ ଭାରତର ଭଲ ସଂପର୍କ ରହିଥିବାରୁ ଭାରତ ଏଥିରେ ହସ୍ତକ୍ଷେପ କରି ରୁଷିଆର ଆକ୍ରମଣ ରୋକିବାକୁ ଅନୁରୋଧ କରିଛନ୍ତି ୟୁକ୍ରେନ୍ ରାଜଦୁତ। ସେହିପରି ଏକ ସାମ୍ବାଦିକ ସମ୍ମିଳନୀରେ ଭାରତରେ ଥିବା ୟୁକ୍ରେନ୍ ରାଜଦୁତ କହିଛନ୍ତି ରୁଷିଆ ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଭାରତର ବଡ଼ ଭୂମିକା ରହିବ। ତେବେ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ରୁଷିଆର ୫ ଫାଇଟର୍ ଜେଟ୍କୁ ଧ୍ବଂସ କରିଥିବା ଦାବି କରିଛନ୍ତି। ୟୁକ୍ରେନ୍ ନିଜର ସ୍ବତନ୍ତ୍ରତା ପାଇଁ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ୟୁକ୍ରେନ୍ ରାଜଦୂତଙ୍କ କହିବା ଅନୁଯାୟୀ ୟୁକ୍ରେନ୍ ଲୋକ ଭୟଭୀତ ନୁହନ୍ତି। ଶେଷ ପର୍ୟ୍ୟନ୍ତ ଆମେ ଶାନ୍ତି ପ୍ରତିଷ୍ଠା ଲାଗି ଚେଷ୍ଟା କରିବୁ। ଆମର ସେନା ଶକ୍ତିଶାଳୀ ଅଛି। ସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ଆମେ ପ୍ରସ୍ତୁତ। ତେବେ କଥାବାର୍ତ୍ତା ଦ୍ବାରା ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।
Powered by Froala Editor
