ଭାରତର ମିଶନ ‘ଗଙ୍ଗା’ ୟୁକ୍ରେନ୍‌ରୁ ୨୧୯ ଯାତ୍ରୀଙ୍କୁ ନେଇ ଫେରିଲା ଏୟାର୍‌ ଇଣ୍ଡିଆ

ଭାରତର ମିଶନ ‘ଗଙ୍ଗା’ ୟୁକ୍ରେନ୍‌ରୁ ୨୧୯ ଯାତ୍ରୀଙ୍କୁ ନେଇ ଫେରିଲା ଏୟାର୍‌ ଇଣ୍ଡିଆ

ଜାତୀୟ ଖବର

 ନୂଆଦିଲ୍ଲୀ: ୟୁକ୍ରେନ୍‌ର ଭୟଙ୍କର ଯୁଦ୍ଧର ଘନ ବାଦଲରୁ ୨୧୯ ଯାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣିଛି ଭାରତ। ରୋମାନିଆ ଦେଇ ଏୟାର ଇଣ୍ଡିଆର ବିମାନ ଶନିବାର ମୁମ୍ବାଇରେ ପହଞ୍ଚିଛି। ଶନିବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଏହି ମିଶନର ନାମ ଗଙ୍ଗା ରଖାଯାଇଛି। ଯୁଦ୍ଧ ଯୋଗୁ ୟୁକ୍ରେନର ଆକାଶ ମାର୍ଗ ବନ୍ଦ ରହିଛି। ଫଳରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ବିକଳ୍ପ ମାର୍ଗ ଚୟନ କରାଯାଇଛି।

 ପହଞ୍ଚୁଛନ୍ତି। ରୋମାନିଆ ସହରର ବୁଖାରେଷ୍ଟରୁ ୨୧୯ ଭାରତୀୟ ଏୟାର ଇଣ୍ଡିଆର ବିମାନ ଜରିଆରେ ଭାରତ ପହଞ୍ଚିଛନ୍ତି। ଶନିବାର ମୁମ୍ବାଇର ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ବିମାନ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ସେମାନଙ୍କୁ ସ୍ଵାଗତ କରିଛନ୍ତି।

ଏହା ବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ଵିଟ୍ କରି ଭାରତୀୟ ନାଗରିକଙ୍କ ସ୍ଵାଗତ କରିଛନ୍ତି। ସେ ଲେଖିଛନ୍ତି, ‘ଓ୍ଵେଲକମ୍ ବ୍ୟାକ୍। ଅନ୍ୟପଟେ ଛାତ୍ର-ଛାତ୍ରୀଙ୍କୁ ସ୍ଵାଗତ କରିବାର ଭିଡିଓ ସେୟାର କରି କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ଲେଖିଛନ୍ତି, ମାତୃଭୂମିରେ ଆପଣଙ୍କୁ ସ୍ଵାଗତ। ମୁମ୍ବାଇର ବିମାନ ବନ୍ଦରରେ ୟୁକ୍ରେନରୁ ସୁରକ୍ଷିତ ପହଞ୍ଚିବା ପରେ ଭାରତୀୟ ବେଶ ଆନନ୍ଦିତ ହୋଇଛନ୍ତି।

Powered by Froala Editor