ନୂଆଦିଲ୍ଲୀ: ୟୁକ୍ରେନ୍ ଏବଂ ରୁଷ ମଧ୍ୟରେଘମାଘୋଟ ଯୁଦ୍ଧ ଜାରି ରହିଥିବା ବେଳେ ଆସିଛି ଖୁସିର ଖବର। ବିସ୍ଫେରଣ, ଧୂଳି ଧୁଆଁ ଓ ଗୁଳିଗୋଳାର ଦୁଃଖ ଦୁର୍ଦ୍ଦଶା ଓ ଆତଙ୍କର ବଳୟ ଭିତରେ ଏକ ଖୁସି ଖବର ଆସିଛି। ଯୁଦ୍ଧର ବାରୁଦ ଗଦାରୁ ଆସିଛନ୍ତି ନୂଆ ଅତିଥି। ୟୁକ୍ରେନ୍ର ରାଜଧାନୀ କିଭ୍ରେ ଜଣେ ଦମ୍ପତିଙ୍କ ପରିବାର ଖୁସିରେ ପୁରି ଉଠିଛି।
ଯୁଦ୍ଧ ଯୋଗୁ ଏକ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଏକ ପରିବାରରେ ଶିଶୁ କନ୍ୟାଟିଏ ଜନ୍ମଲାଭ କରିଛି। ଏନେଇ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରିବାର ସହ ଶିଶୁ କନ୍ୟାଟିର ଫଟୋ ଟ୍ୱିଟ୍ କରାଯାଇଛି।
କିଭ୍ର ଏକ ଆଶ୍ରୟସ୍ଥଳରେ ଏହି ଶିଶୁ କନ୍ୟାଟି ଜନ୍ମ ନେଇଛି। “ଏହା ଆମ ପାଇଁ ଏକ ଖୁସି ଖବର। ଏହି ଆଶ୍ରୟୟସ୍ଥଳକୁ ଲାଗିକି ରୁଷର ଯୁଦ୍ଧ ଟ୍ୟାଙ୍କ ଛିଡ଼ା ହୋଇଛି। ହେଲେ ଶିଶୁ କନ୍ୟାଟି ଆମ ପାଇଁ ସ୍ୱାଧୀନତାର ବାର୍ତ୍ତାବହ।” ୟୁକ୍ରେନକୁ ବିଶ୍ୱାସ କରନ୍ତୁ ବୋଲି ୟୁକ୍ରେନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି।
ଡେଲି ମେଲ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଜନ୍ମିତ ଶିଶୁ କନ୍ୟାର ନାମ ମିଆ ରଖାଯାଇଛି। ଜଣେ ୨୩ ବର୍ଷୀୟ ମହିଳା ଏହି ଶୁଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି। ସ୍ୱାମୀ ସହ ମହିଳା ଜଣକ ମେଟ୍ରୋ ଷ୍ଟେସନ୍ର ଅଣ୍ଡରଗ୍ରାଉଣ୍ଡରେ ଥିବା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଛନ୍ତି। ଉଭୟ ମା ଏବଂ ଶୁଶୁଟିର ସ୍ଥାସ୍ଥ୍ୟ ଭଲ ଥିବା ଜଣାପଡ଼ିଛି।
Powered by Froala Editor
