ଭୋଟ୍‌ ଗଣତି କେନ୍ଦ୍ରକୁ ଯାଇଥିଲେ, ଶବ ହୋଇ ଫେରିଲେ

ଭୋଟ୍‌ ଗଣତି କେନ୍ଦ୍ରକୁ ଯାଇଥିଲେ, ଶବ ହୋଇ ଫେରିଲେ

ରାଜ୍ୟ ଖବର

ଅନୁଗୋଳ: ସୋମବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଖମାର ଥାନା କଣ୍ଟିଆପଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ପିଟି ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଖମାର ଥାନା ଅଧୀନ ଇଞ୍ଜିଡ଼ି ଗାଁରେ ବୋଲି ଜଣାଯାଇଛି।

ଏହି ୫ ଜଣ ପାଲଲହଡ଼ା ଭୋଟ ଗଣତି କେନ୍ଦ୍ରକୁ ଯାଇଥିଲେ। ସେଠାରୁ କାର୍ ଯୋଗେ ବିଳମ୍ବିତ ରାତିରେ ଗାଁକୁ ଫେରୁଥିଲେ। କଣ୍ଟିଆପଶି ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଟ୍ରକ୍ ରାସ୍ତାର ବାମ ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ତା’ ପଛରେ କାର୍ଟି ପିଟି ହୋଇଥିଲା।

ଦୁର୍ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ପାଲଲହଡ଼ା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Powered by Froala Editor