ସାବଧାନ! ଆପଣ ଜେଲ ଯାଇପାରନ୍ତି...

ସାବଧାନ! ଆପଣ ଜେଲ ଯାଇପାରନ୍ତି...

ବିଶେଷ ଖବର

ଭୁବନେଶ୍ୱର: ବେଳ ଥାଉ ଥାଉ ହୋଇଯାଆନ୍ତୁ ସାବଧାନ। ଆପଣଙ୍କ ଭାଗ୍ୟରେ ଅଛି କି ଜେଲ ଯିବାର ଦୁର୍ଭାଗ୍ୟ ଜାଣିନିଅନ୍ତୁ ଏହି ବିଶେଷ ଲକ୍ଷଣରୁ, ଆଉ ହୋଇଯାଆନ୍ତୁ ସତର୍କ । ହସ୍ତରେଖା ବିଜ୍ଞାନରେ ଗୁରୁ ପର୍ବତକୁ ଛାଡି ଅନ୍ୟ କୌଣସି ବି ସ୍ଥାନରେ କ୍ରସ୍‌ ବା ଛକି ଚିହ୍ନ ଥିଲେ ତାହାକୁ ଭଲ ବୋଲି କୁହାଯାଏନାହିଁ। ଗୁରୁ ପର୍ବତ ଉପରେ ଛକି ଚିହ୍ନ ଥିଲେ ତାକୁ ଶୁଭ ବୋଲି ଧରାଯାଉଥିବାବେଳେ ଅନ୍ୟ ପର୍ବତ ଉପରେ ଏହାର ନକାରାତ୍ମକ ପରିଣାମ ମିଳିଥାଏ। ଯଦି ବ୍ୟକ୍ତିଙ୍କ କେତୁ ପର୍ବତ ଉପରେ କ୍ରସ୍‌ ଚିହ୍ନ ଦେଖିବାକୁୁ ମିଳେ ତାହେଲେ ବ୍ୟକ୍ତିଙ୍କ ଶିକ୍ଷା ପ୍ରଭାବିତ ହୋଇଥାଏ। ତେଣିକି ତାହା ପାରିବାରିକ ସମସ୍ୟା ହେଉ କିମ୍ବା କୌଣସି ବଡ ରୋଗ ଅବା ପାଠପଢ଼ାରେ ବାଧା ଉପୁଜିଥାଏ।

ମଙ୍ଗଳ ପର୍ବତ ଉପରେ କ୍ରସ୍‌ ଚିହ୍ନ ଥିଲେ କଳି ଝଗଡା ଆଡକୁ ପ୍ରେରିତ କରିଥାଏ। ଅନେକ ଥର ଏହି ସ୍ଥିତିରେ ବ୍ୟକ୍ତିଙ୍କୁ ଜେଲ ଯିବାକୁ ମଧ୍ୟ ପଡିଥାଏ। ଏହି ଚିହ୍ନ ଅଧିକ ବଢ଼ିଗଲେ ବ୍ୟକ୍ତି ଆତ୍ମହତ୍ୟା ଆଡକୁ ମଧ୍ୟ ପ୍ରେରିତ ହୋଇଯାନ୍ତି। ରାହୁ ପର୍ବତ ଉପରେ ଛକି ଚିହ୍ନ ମଧ୍ୟ ଶୁଭ ହୋଇନଥାଏ ବୋଲି କୁହାଯାଏ। ଏହି ପର୍ବତ ଉପରେ ଛକି ଚିହ୍ନ ଥିଲେ ଯୁବା ଅବସ୍ଥାରେ ପୀଡା ଜାତନା ସହିବାକୁ ପଡିଥାଏ। ଅନେକ ଥର ଏମିତି ଚିହ୍ନ ଥିବା ବ୍ୟକ୍ତି ଗମ୍ଭୀର ରୋଗର ଶିକାର ହୋଇଥାନ୍ତି। ଗୁରୁ ପର୍ବତ ଉପରେ ଛକି ଚିହ୍ନ ଥିଲେ ଶୁଭ ପରିଣାମ ମିଳିଥାଏ।

ହସ୍ତରେଖା ବିଜ୍ଞାନ ଅନୁଯାୟୀ ଯଦି ଏହି ପର୍ବତ ଉପରେ ଚିହ୍ନ ଥିବାର ଅର୍ଥ ହେଉଛି ବ୍ୟକ୍ତିଙ୍କୁ ତାଙ୍କ ଜୀବନସାଥିି ଶିକ୍ଷୀତ ଏବଂ ଉଚ୍ଚ କୁଳରେ ମିଳିବ। ଗୁରୁ ପର୍ବତ ଉପରେ କ୍ରସ୍‌ ଚିହ୍ନ ଥିଲେ ସୁଖମୟ ଦାମ୍ପତ୍ୟ ଜୀବନର ସଂକେତ ଦେଇଥାଏ। ଶନି ପର୍ବତ ଉପରେ ଛକି ଚିହ୍ନ ଥିଲେ ବ୍ୟକ୍ତିଙ୍କୁ ଅପମାନ ମିଳିଥାଏ। ବେପାରରେ ଏମିତି ଲୋକଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ। ବୁଧ ପର୍ବତ ଉପରେ ଛକି ଚିହ୍ନ ଥିଲେ ବ୍ୟକ୍ତିଙ୍କୁ ଧୋକା ମିଳିଥାଏ।

Powered by Froala Editor