ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ଏବେ ଭାରତକୁ ପରାମର୍ଶ ଦେବା ଆରମ୍ଭ କରିବା କରିଛି। ରୁଷ ବିରୋଧରେ ପଶ୍ଚିମ ଦେଶଗୁଡ଼ିକ ଏକାଠି ହେଉଥିବା ବେଳେ ଭାରତ ନିରପେକ୍ଷ ନୀତି ଅବଲମ୍ବନ କରି ଚାଲିଛି।
ଭାରତର ଏପରି ଆଭିମୁଖ୍ୟକୁ ସହଜରେ ଗ୍ରହଣ କରିପାରୁନି ଆମେରିକା। ଏଥିପାଇଁ ଆମେରିକା ଭାରତକୁ ପରାମର୍ଶ ଦେଇ ରୁଷ ଠାରୁ ଦୂରେଇ ରହିବାକୁ କହିଛି। ଭାରତ ସରକାର ରୁଷକୁ ସମର୍ଥନ କରୁଛନ୍ତି ବୋଲି ଆମେରିକା ଆଶଙ୍କା କରିଛି। ଏଥିପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଭାରତକୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୁହାଯାଇଛି। ଭାରତ ଯୁଦ୍ଧ ବିରତି ଓ ହିଂସା ବିରୋଧରେ ମତ ରଖୁଥିଲେ ମଧ୍ୟ ଏଯାଏ ଖୋଲାଖୋଲି ଭାବେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରିନାହିଁ। ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ରୁଷକୁ ସମାଲୋଚନା କରୁଥିବା ବେଳେ ଭାରତର ଏପରି ଆଭିମୁଖ୍ୟ ସମସ୍ତଙ୍କୁ ଚକିତ କରିଛି।
ଏ ଦିଗରେ ଭାରତ ସହ କଥାବାର୍ତ୍ତା ଚାଲିଛି। ଆମେ ସମସ୍ତେ ଭାରତ ସରକାରଙ୍କୁ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପାଇଁ ବାରମ୍ବାର କହି ଆସୁଛୁ। କିନ୍ତୁ ଏଯାଏ ଆମେ ଏଥିରେ ସଫଳ ହୋଇନୁ। ଆମେ ଜାତିସଂଘରେ ଅନୁଷ୍ଠିତ ହେଉଥିବା ଏକାଧିକ ଭୋଟିଂ ପ୍ରକ୍ରିୟାରୁ ଭାରତ ନିଜ ଆଡ଼ୁ ଦୂରେଇ ରହୁଥିବା ଦେଖିବାକୁ ପାଉଛୁ। ମୁଁ ୨୪ ଘଣ୍ଟା ମଧ୍ୟରେ ଏକାଧିକ ଭାରତୀୟ ଅଧିକାରୀଙ୍କ ସହ କଥା ହୋଇଛି। ଆମର ଆଶା ଭାରତ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିବ।”
ଭାରତ ଜାତିସଂଘରେ ଆସିଥିବା ରୁଷ ବିରୋଧୀ ୩ଟି ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଛି। ଏଥିପାଇଁ ବାଇଡେନ ପ୍ରଶାସନ ଭାରତ ସରକାରଙ୍କୁ ନିଜର ପକ୍ଷ ସ୍ପଷ୍ଟ କରିବାକୁ କହି ଚାଲିଛନ୍ତି।
Powered by Froala Editor
