'ସ' ଅକ୍ଷର ଲକି ହେବକି ନବୀନଙ୍କ ପାଇଁ?

'ସ' ଅକ୍ଷର ଲକି ହେବକି ନବୀନଙ୍କ ପାଇଁ?

ରାଜନୀତି

ଭୁବନେଶ୍ୱର:ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୩ ମହାନଗର ନିଗମ ପାଇଁ 'ଥ୍ରୀ ସି' ଫର୍ମୁଲା ଆପଣାଇଛନ୍ତି ନବୀନ। ତିନୋଟି ଯାକ ମେୟର ପ୍ରାର୍ଥୀଙ୍କ ନାମ 'ସ'ରୁ ଆରମ୍ଭ। ଭୁବନେଶ୍ୱର ପାଇଁ ସୁଲୋଚନା, କଟକରେ ସୁବାସ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରାଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଏବେ ଚର୍ଚ୍ଚା ହେଉଛି, ଏହା କେବଳ ଏକ ସଂଯୋଗ ନା କିଛି କାରଣ ରହିଛି? ସତରେ କଣ ସ' ଅକ୍ଷର ଲକି ହେବକି ନବୀନଙ୍କ ପାଇଁ?

ସଭିଙ୍କୁ ଚକିତ କରି ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ମହାନଗର ନିଗମ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସୁଲୋଚନା ବିଜେଡି ମୁଖପାତ୍ର ସହ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ଅଛନ୍ତି । ପୂର୍ବରୁ ସେ କଂଗ୍ରେସ ଦଳରେ ଥିଲେ ପରେ ବିଜେଡିରେ ମିଶିଥିଲେ। ରାଜନୀତିକୁ ଆସିବା ଆଗରୁ ସେ ଟିଭି ସାମ୍ବାଦିକ ଥିଲେ ।

ସେହିପରି କଟକ ମେୟର ପଦବୀ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂ ଓ ବ୍ରହ୍ମପୁର ମହାନଗର ମେୟର ପଦବୀ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି ବିଜେଡି।

Powered by Froala Editor