ସୁନୀତି ମୁଣ୍ଡ ବିଜେପି ମେୟର ପ୍ରାର୍ଥୀ

ସୁନୀତି ମୁଣ୍ଡ ବିଜେପି ମେୟର ପ୍ରାର୍ଥୀ

ରାଜନୀତି

ଭୁବନେଶ୍ୱର:ଭୁବନେଶ୍ୱରର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ସୁନୀତି ମୁଣ୍ଡଙ୍କ ନାଁ ଘୋଷଣା କରିଛି ବିଜେପି। ପୂର୍ବରୁ ସାମ୍ବାଦିକତା ଜଗତରେ କାର୍ଯ୍ୟ କରିଥିବା ସୁନୀତି ବର୍ତ୍ତମାନ ବିଭିନ୍ନ ସ୍ବେଛାସେବୀ ସଂଘଠନ ଜଡ଼ିତ ରହି ସମାଜସେବା କରୁଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସୁନୀତିଙ୍କ ନାଁ ଘୋଷଣା କରିଛନ୍ତି ।

ବର୍ତ୍ତମାନ ବିଏମସି ଲଢେଇରେ ୨ ଜଣ ପୂର୍ବତନ ସାମ୍ବାଦିକା ଓହ୍ଲେଇଛନ୍ତି । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଓ ବିଜେପି ମେୟର ପ୍ରାର୍ଥୀ ସୁନୀତି ସାମ୍ବାଦିକତା ଜଗତରେ କାର୍ଯ୍ୟ କରିଛନ୍ତି। କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ଏ ଲଢେଇରେ ଅଛନ୍ତି।

Powered by Froala Editor