ଶ୍ରୀମନ୍ଦିର ଭିତରକାଠ ନିକଟରେ ବାନ୍ତି, ଦର୍ଶନ ବନ୍ଦ

ଶ୍ରୀମନ୍ଦିର ଭିତରକାଠ ନିକଟରେ ବାନ୍ତି, ଦର୍ଶନ ବନ୍ଦ

ରାଜ୍ୟ ଖବର

ପୁରୀ: ଶ୍ରୀମନ୍ଦିରରେ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି।  ଭିତରକାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି।  ମନ୍ଦିର ଶୁଦ୍ଧି ହେବା ପରେ ପୁଣି ଦର୍ଶନ ଆରମ୍ଭ ହେବ। ଅପରପକ୍ଷରେ ହଜାର ହଜାର ଶ୍ରଦ୍ଧାଳୁ ଖରାରେ ଠିଆହେବାକୁ ବାଧ୍ୟ ହୋଇଛନ୍ତି। ଗତକାଲି ଶ୍ରୀମନ୍ଦିରରେ ରକ୍ତ ଛିଟା ପଡ଼ିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସକାଳ ପହଡ଼ ଖୋଲିବା ପରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଆସି ମହାପ୍ରଭୂଙ୍କୁ ଦର୍ଶନ କରୁଥିଲେ  । ପ୍ରବଳ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥିଲା  । କିନ୍ତୁ ଜଣେ ଭକ୍ତ ଅସୁସ୍ଥ ଥିବାବେଳେ ଭିଡ଼ ଯୋଗୁଁ ସେ ରୁନ୍ଧି ହୋଇଯାଇଥିଲେ  । ଫଳରେ ଭିତରକାଠ ନିକଟରେ ସେ ବାନ୍ତି କରି ଦେଇଥିଲେ  । ଭକ୍ତ ବାନ୍ତି କରିବାରୁ ତୁରନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା  । ଶ୍ରୀମନ୍ଦିର ବିଧି ଅନୁଯାୟୀ, ମନ୍ଦିର ଭିତରେ ଏବେ ଶୁଦ୍ଧି ଚାଲିଛି  । ବିଭିନ୍ନ ପବିତ୍ର ଜଳ ସିଂଚନ ପରେ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ  । ଗତକାଲି ଏହି କାରଣରୁ କିଲୋମିଟର ବ୍ୟାପୀ ଲମ୍ବା ଧାଡ଼ି ଲାଗିଥିଲା । ଆଜି ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି  ।

Powered by Froala Editor