ୟୁକ୍ରେନ୍‌ ସେନାରେ ସାମିଲ ହେଲେ ଭାରତୀୟ ଛାତ୍ର

ୟୁକ୍ରେନ୍‌ ସେନାରେ ସାମିଲ ହେଲେ ଭାରତୀୟ ଛାତ୍ର

ଜାତୀୟ ଖବର

କିଭ୍: ରୁଷ-ୟୁକ୍ରେନ୍ ଭିତରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍ ଉପରେ ଭୀଷଣ ମିଶାଇଲ୍‌ ମାଡ଼ ହେଉଛି। ଦେଶ ଛାଡ଼ି ପଡ଼ୋଶୀ ଦେଶକୁ ପଳାଉଛନ୍ତି ୟୁକ୍ରେନ୍ ନାଗରିକି। ତେବେ ୟୁକ୍ରେନ୍‌ର କିଛି ଲୋକ ମଧ୍ୟ ସେନା ସହିତ ମିଶି ରୁଷୀୟ ସେନାର ମୁକାବିଲା କରିଛନ୍ତି। ଏହା ମଧ୍ୟରେ ଚମକାଇ ଦେଲା ଭଳି ଖବର ଆସିଛି।  ୟୁକ୍ରେନ ସେନାରେ ଜଣେ ଭାରତୀୟ ଛାତ୍ର ମଧ୍ୟ ସାମିଲ ହୋଇଛନ୍ତି। ରୁଷ ସେନାକୁ ମୁହଁତୋଡ ଜବାବ ଦେବାକୁ ହାତରେ ଉଠାଇଛନ୍ତି ବନ୍ଧୁକ। ୟୁକ୍ରେନ୍କୁ ପାଠ ପଢ଼ିବାକୁ ଯାଇଥିବା ଜଣେ ଭାରତୀୟ ଛାତ୍ର ୟୁକ୍ରେନ୍ ସେନାରେ ସାମିଲ ହୋଇଛନ୍ତି।

ସୈନିକେଶ ରବୀଚନ୍ଦ୍ରନ। ୨୧ ବର୍ଷୀୟ ଏହି ଛାତ୍ରଙ୍କ ଘର ତାମିଲନାଡୁ କଏମ୍ବଟୁରରେ। ୨୦୧୮ରେ ପଢ଼ିବା ପାଇଁ ସେ ୟୁକ୍ରେନ୍ ଯାଇଥିଲେ। ତେବେ ଯୁଦ୍ଧ ଆରମ୍ଭ ହେବା ପରେ ସେ ଭାରତ ଫେରିବା ବଦଳରେ ଏବେ ୟୁକ୍ରେନ୍ ସେନାରେ ସାମିଲ ହୋଇଛନ୍ତି। ସେ ହାତରେ କଲମ ବଦଳରେ ଉଠାଇଛନ୍ତି ବନ୍ଧୁକ ଆଉ ୟୁକ୍ରେନ୍ର ପାରା ମିଲିଟାରୀ ଫୋର୍ସରେ ଜଏନ୍ କରିଛନ୍ତି।

ରିପୋର୍ଟ ଅନୁସାରେ କିଛି ଭାରତୀୟ ଅଧିକାରୀମାନେ ତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଏହି ସୂଚନା ଦେଇଛନ୍ତି।  ରବୀଚନ୍ଦ୍ରନ ପୂର୍ବରୁ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ସେ ଏହା ପୂର୍ବରୁ ଭାରତୀୟ ସେନାରେ ଆବେଦନ କରିଥିଲେ, କିନ୍ତୁ କିଛି କାରଣବଶତଃ ତାଙ୍କ ଚୟନ ହୋଇପାରିନଥିଲା। ଏହାପରେ ସେ ୨୦୧୮ରେ ୟୁକ୍ରେନ୍ ଚାଲିଯାଇଥିଲେ, ସେଠାରେ ସେ ନ୍ୟାସନାଲ ଏରୋସ୍ପେସ୍ ୟୁନିର୍ଭସିଟିରେ ପଢ଼ୁଥିଲେ। ଏହି ବିଶ୍ୱବିଦ୍ୟାଳୟଟି ୟୁକ୍ରେନ୍ର ଖାରକିଭ୍ ଅଞ୍ଚଳରେ ଅବସ୍ଥିତ। ଚଳିତ ବର୍ଷ ଜୁଲାଇ ମାସରେ ରବୀଚନ୍ଦ୍ରନଙ୍କ ପାଠ ପଢ଼ା ସରିଥା‘ନ୍ତା। ତେବ ଯୁଦ୍ଧ ଯୋଗୁଁ ତାଙ୍କ ପାଠପଢ଼ା ଏବେ ଅଧାରେ ଅଟକିଛି।

Powered by Froala Editor