ମର୍ଣ୍ଣିଂୱାକ୍‌ରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍‌, ଆଇନଜୀବୀ ମୃତ

ମର୍ଣ୍ଣିଂୱାକ୍‌ରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍‌, ଆଇନଜୀବୀ ମୃତ

ଜାତୀୟ ଖବର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ମର୍ଣ୍ଣିଂୱାକ୍ କରିବାକୁ ଯାଉଥିବା ବେଳେ ଜଣେ  ବରିଷ୍ଠ ଆଇନଜୀବୀଙ୍କ ଉପରେ  ଅଙ୍ଗୁର ବୋଝେଇ ଟ୍ରକ୍ ମାଡ଼ି ଯାଇଛି। ମୃତ ବ୍ୟକ୍ତି  ଜଣଙ୍କ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଓ ଆଇନଜୀବୀ ରାସ୍ତାରୋକ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଜାଳି ଦେଇଛନ୍ତି।    ପୁଲିସ ଟ୍ରକ୍କୁ  ଜବତ କରି ଘଟଣାର ତଦନ୍ତ କରୁଛି।  ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି।

Powered by Froala Editor