ଦିନକରେ ଫାଶୀଖୁଣ୍ଟରେ ଝୁଲିଲେ ୮୧ ଜଣ

ଦିନକରେ ଫାଶୀଖୁଣ୍ଟରେ ଝୁଲିଲେ ୮୧ ଜଣ

ଜାତୀୟ ଖବର

ନୂଆଦିଲ୍ଲୀ: ଗୋଟିଏ ଦିନରେ ହିଁ ଏମାନଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ। ତାହା ପୁଣି ୮୧ ଜଣଙ୍କୁ। ଦୁଷ୍କର୍ମ, ହତ୍ୟା, ଧାର୍ମିକସ୍ଥଳରେ ହମଲା, ଆତଙ୍କବାଦୀଙ୍କ ସହ ସମ୍ବନ୍ଧ ପରି ଅନେକ ସଙ୍ଗିନ ଅପରାଧରେ ସାମିଲ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ।  ଏନେଇ ସାଉଦି ଆରବ ସରକାର ଶନିବାର ଘୋଷଣା କରିଛନ୍ତି।

ଫାଶୀ ପାଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଆତଙ୍କବାଦ ସହ ସମ୍ପୃକ୍ତ ଥିଲେ । ଅଲକାଏଦା ଓ ଇସଲାମିକ ଷ୍ଟେ ସହ ଏମାନଙ୍କର ସମ୍ପର୍କ ଥିଲା। ଆଉ କିଛି ହତ୍ୟା ତଥା ଦୁଷ୍କର୍ମ ପରି ଘଟଣାରେ ସଂପୃକ୍ତ ଥିଲେ ବୋଲି ସାଉଦି ପ୍ରେସ ଏଜେନ୍ସିରେ ପ୍ରକାଶ ପାଇଛି।

ଫାଶି ପାଇଥିବା ଲୋକଙ୍କ ମଧ୍ୟରେ କିଛି ବିଦେଶୀ ମଧ୍ୟ ସାମିଲ୍। ଏଥିରୁ ଅଧିକାଂଶ ୟେମନର ନାଗରିକ ଥିଲେ। ସମସ୍ତେ ଧାର୍ମିକ ସ୍ଥଳ ଏବଂ ସରକାରୀ ସଂସ୍ଥାକୁ ଟାର୍ଗେଟ୍ କରିବା, ସୁରକ୍ଷା ଅଧିକାରୀଙ୍କ ହତ୍ୟା କରିବା, ଲ୍ୟାଣ୍ଡମାଇନ୍ ବିଛାଇବା, ଅପହରଣ, ଅତ୍ୟାଚାର ଏବଂ ବଳାତ୍କାର, ଡକାୟତି ପରି ଅପରାଧରେ ସଂପୃକ୍ତ ଥିଲେ।

ଏମାନଙ୍କ ମଧ୍ୟରେ କିଛି ହୁତି ବିଦ୍ରୋହୀ ମଧ୍ୟ ରହିଛନ୍ତି। ମୋଟ୍ ୭୩ ଜଣ ସାଉଦି ଆରବ ନାଗରିକ, ୭ ଜଣ ୟେମେନ ନାଗରିକ ଓ ଜଣେ ସିରିଆ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ତଳ କୋର୍ଟ ଏବଂ ସୁପ୍ରିମକୋର୍ଟ ସମସ୍ତ ଦୋଷୀଙ୍କ ମୃତ୍ୟୁଦଣ୍ଡ ଉପରେ ମୋହର ମାରିଥିଲେ। ମିଡିଆ ରିପୋର୍ଟ ମୁତାବକ ଅଦାଲତଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି।

ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁଦଣ୍ଡ ଦେବାର ନିଜ ରେକର୍ଡକୁ କାଟି ଦେଇଛି ସାଉଦି ଆରବ। ଏହାପୂର୍ବରୁ ୧୯୮୦ରେ ଏକାଥରେ ୬୩ ଜଣଙ୍କୁ ମୁଣ୍ଡକାଟି ମୃତ୍ୟୁଦଣ୍ଡ ଦିଆଯାଇଥିଲ। ବିଶ୍ୱରେ ଅଧିକାଂଶ ଦେଶରେ ମୃତ୍ୟୁଦଣ୍ଡ ଉଠିଯାଇଥିବା ବେଳେ ଭାରତ ସମେତ ପ୍ରାୟ ୫୦ଟି ଦେଶରେ ଏହା ଏବେବି ବଳବତ୍ତର ଅଛି।


Powered by Froala Editor