ଆମରିକା ଦୂତାବାସ ଉପରେ ମିସାଇଲ୍‌ ମାଡ଼

ଆମରିକା ଦୂତାବାସ ଉପରେ ମିସାଇଲ୍‌ ମାଡ଼

ଜାତୀୟ ଖବର

ନୂଆଦିଲ୍ଲୀ: ୟୁକ୍ରେନ୍‌-ରୁ‌ଷିଆ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆମେରିକା ଦୂତାବାସ ଉପରେ ଭୟଙ୍କର ଆକ୍ରମଣ। କ୍ୟାମ୍ପସ ଉପରକୁ ଘନ ଘନ ମିସାଇଲ୍ ମାଡ ହୋଇଛି। ବାଲାଷ୍ଟିକ ମିସାଇଲ ମାଡ ପରେ ଦୂତାବାସ ପରିସରେ ଭୟଙ୍କର ଧରଣର ନିଆଁ ଲାଗିଛି। ଇଷ୍ଟର୍ଣ୍ଣ ୟୁରୋପିୟନ୍ ମିଡିଆ ନେକ୍ଟା ମୁତାବକ, ଇରାନ୍ ଅଞ୍ଚଳରୁ ଏରବିଲ୍ ଉପରେ ରକେଟ୍ ହମଲା ହୋଇଛି। ଇରାକର ସୁରକ୍ଷା ବାହିନୀର ଅଧିକାରୀମାନେ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ଖବର ନାହିଁ।ଇୟଗ୍ଦ ଭଚ୍ଚ

ସେପଟେ ଆଉ କିଛି ଇରାନର ସମାଚାର ଏଜେନ୍ସି ଇରାକର ଏର୍ବିଲରେ ଥିବା ଆମେରିକାର ଦୂତାବାସ ଉପରେ ୬ଟି ବାଲିଷ୍ଟିକ୍ ମିସାଇଲ ମାଡ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଇରବିଲ୍ ଆଡକୁ ତାବ୍ରିଜ୍ ଇରାନର ଖାସାବାଦ ବେସରୁ ଏହି ମିସାଇଲ୍‌ ମାଡ଼ ହୋଇଛି। ଅନ୍ୟପକ୍ଷରେ ଆମେରିକାର ସୈନ୍ୟବାହିନୀ ଏହି ଆକ୍ରମଣ ସମ୍ପର୍କରେ ତୁରନ୍ତ କିଛି କହିବାକୁ ମନା କରିଦେଇଛନ୍ତି।

ତେବେ ଆମେରିକା ଦୂତାବାସ ଉପରେ କିଏ ଏହି ରକେଟ୍ ମାଡ କରିଛି? ସେ ନେଇ ବର୍ତ୍ତମାନ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ। ଗତ ସପ୍ତାହରେ ସିରିଆରେ ଇସ୍ରାଏଲର ଏକ ଏୟାର ଷ୍ଟ୍ରାଇକ୍ରେ ଦୁଇଜଣ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଅଧିକାରୀଙ୍କ ମୃତ୍ୟୁ ହେତୁ ଇରାନ ପ୍ରତିଶୋଧ ନେବାକୁ ଧମକ ଦେଇଛି।

Powered by Froala Editor