ଭୁବନେଶ୍ୱର: ପୁଷ୍ପା ଫିଲ୍ରେ ଚୋରା ଚନ୍ଦନକାଠ ଚାଲାଣ ସୂତ୍ର ଏବେ ଅନ୍ୟ ଚୋରା ବେପାରଙ୍କୁ ସୁହାଉଛି। ଭୁବନେଶ୍ବରରେ ଏପରି ଏକ ଚୋରା କାରବାରର ପର୍ଦ୍ଦାଫାସ କରିଛି ପୋଲିସ। ପାଣି ଟ୍ୟାଙ୍କରରେ ସିକ୍ରେଟ୍ ଚ୍ୟାମ୍ବର କରି ହଜାର ହଜାର ପେଟି ମଦ ଚାଲାଣ କରୁଥିଲା ଅଭିଯୁକ୍ତ । ଏଭଳି ଜଣେ ମାଷ୍ଟରମାଇଣ୍ଡକୁ ରାଜଧାନୀ ଭୁବନେଶ୍ୱରରୁ ଗିରଫ କରିଛି ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ୱାଡ୍ । ଗିରଫ ଅଭିଯୁକ୍ତର ନାଁ ରାଜକୁମାର ।
ଭୁବନେଶ୍ୱର ସାମନ୍ତରାପୁର ନୂଆଗାଁ ସ୍ଥିତ ଘରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତଠାରୁ ଦାମୀ ଗାଡି, ୯ ଲକ୍ଷ ଟଙ୍କା, ୨ କେଜି ଗଞ୍ଜେଇ ଜବତ ହୋଇଛି । ଚୋରା ମଦ ଟ୍ରକ୍କୁ ଅଭିଯୁକ୍ତ ପାଣି ଟ୍ୟାଙ୍କର ଭାବେ ବଦଳାଇ ମଦ କାରବାର କରୁଥିଲା ।
ମାର୍ଚ୍ଚ ୧ରେ ଢେଙ୍କାନାଳରେ ଟ୍ରକ୍ ସହ ଲକ୍ଷାଧିକ ଟଙ୍କାର ଚୋରା ମଦ ଜବତ କରିଥିଲା ସ୍ଥାନୀୟ ପୁଲିସ୍ । ଏହାର ଲିଙ୍କ୍ ଖୋଜିଖୋଜି ଆଜି ସକାଳୁ ସକାଳୁ ଘଟଣାର ମାଷ୍ଟରମାଇଣ୍ଡ ଘରେ ଚଢ଼ାଉ କରିଥିଲା ପୁଲିସ୍ଚଢ଼ାଉ ସମୟରେ ନୂଆଗାଁଠାରେ ଥିବା ଅଭିଯୁକ୍ତର ୪ ମହଲା ଘର ଦେଖି ତାଜୁବ ହୋଇ ଯାଇଛନ୍ତି ଅଧିକାରୀ।
ଅଭିଯୁକ୍ତଜଣକ ଅରୁଣାଅଞ୍ଚଳ ପ୍ରଦେଶରୁ ଚୋରାରେ ମଦ ଆଣି ଓଡ଼ିଶାରେ କାରବାର କରୁଥିଲା । ଖାଲି ଓଡିଶା ନୁହେଁ ବିହାର, ଛତିଶଗଡରେ ମଧ୍ୟ ସେ ବେଆଇନ ଭାବେ ମଦ କାରବାର ଚଳାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିବା ଅବକାରୀ ଅଧିକାରୀ କହିଛନ୍ତି।
ପୁଲିସ୍କୁ ଦେଇ ଅଭିଯୁକ୍ତ ରାଜକୁମାର ନିଜ କାର୍ରେ ଫେରାର ହେବାକୁ ଚେଷ୍ଟା ଚଳାଇଥିବା ବେଳେ ତାକୁ ମାଡ଼ି ବସିଛି ପୁଲିସ୍।
Powered by Froala Editor
