ନୂଆଦିଲ୍ଲୀ: ୪ ରାଜ୍ୟରେ ବିଜେପିର ପୁନଃ ସରକାର ଗଠନ ହେବାକୁ ଯାଉଛି। ଉତ୍ତରପ୍ରଦେଶ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ବିଜେପି ପୁଣି ସରକାର କରିବାକୁ ଯାଉଛି। ବିଶେଷକରି ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ବିଜେପି ନେତା ଓ କର୍ମୀ ଉତ୍ସାହିତ। ଏହି କ୍ରମରେ ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟର ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ। ସଂସଦ ଆରମ୍ଭ ହେବା କ୍ଷଣି ସଂସଦର ଲୋକ ସଭା କକ୍ଷରେ ପ୍ରଧାନମନ୍ତ୍ର ମୋଦି ପ୍ରବେଶ କରେଥିଲେ। ଏହି ସମୟରେ ସମସ୍ତ ବିଜେପି ସାଂସଦ ଓ ମନ୍ତ୍ରୀ ମୋଦି ମୋଦି ସ୍ଳୋଗାନ୍ ଦେଇଥିଲେ। ପୂରା ସଂସଦ ମୋଦିମୟ ହୋଇଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଏହି ସମୟରେ ଆସନ ଥିଲେ ଓ ହସୁଥିବା ଦେଖାଯାଇଥିଲା। ସମସ୍ତ ସାଂସଦ ଓ ମନ୍ତ୍ରୀ ପୋଡ଼ିୟମ୍କୁ ପିଟି ଅଭିବାଦନ ଜଣାଇଥିଲେ। ମୋଦିମୋଦିର ନାରା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କକ୍ଷ ମଧ୍ୟରେ ପ୍ରବେଶ କରିଥିଲେ। ପରେ ସମସ୍ତେ ଭାରତ ମାତାକି ଜୟ ନାରା ଦେଇଥିଲେ। ଏହି ଅଧିବେଶନ ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବା କ୍ଷଣି ସମସ୍ତ ବିଜେପି ସାଂସଦ ମୋଦି ମୋଦି ନାରା ଦେଇ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରିଥିଲେ। ପ୍ରାୟ ୩ରୁ ୪ ମିନିଟ୍ ଧରି ଏପରି ନାରା ଦିଆଯାଇଥିଲା।
Powered by Froala Editor
