ଆମେରିକା ସିନେଟ୍‌ରେ ରୁଷ୍‌କୁ କଡ଼ା ନିନ୍ଦା

ଆମେରିକା ସିନେଟ୍‌ରେ ରୁଷ୍‌କୁ କଡ଼ା ନିନ୍ଦା

ଜାତୀୟ ଖବର

ନୂଆଦିଲ୍ଲୀ: ଆମେରିକା ସିନେଟରେ ରୁଷକୁ କଡ଼ା ନିନ୍ଦା କରାଯାଇଛି। ରୁଷ୍‌କୁ ଯୁ୍ଦ୍ଧ ଉପରାଧୀ ଭାବେ ଚିତ୍ରଣ କରାଯାଇଛି। ଏପରିକି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ତୀବ୍ର ଭର୍ତ୍ସନା କରାଯାଇଛି। ୟୁକ୍ରେନ୍ରେ ଦୀର୍ଘ ୨୦ ଦିନ ଧରି ଯୁଦ୍ଧ ଜାରି ରଖିଥିବା ରୁଷ ବିରୋଧରେ କଡ଼ା ନିନ୍ଦା କରାଯାଇଛି। ପୁଟିନ ଜଣେ ଯୁଦ୍ଧ ଅପରାଧୀ ଭାବେ ଆମେରିକା ସିନେଟରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ ହୋଇଛି।  ତେବେ ଆମେରିକାର କଂଗ୍ରେସର ଦୁଇ ପରସ୍ପର ତୀବ୍ର ପ୍ରତିଦ୍ୱନ୍ଦ୍ବୀ ଏକେଠି ହେବା ଏକ ବିରଳ ଘଟଣା।  ଉଭୟ ଦଳ ତରଫରୁ ଆମେରିକାର ରି-ପବ୍ଲିକ ସିନେଟର ଲିଣ୍ଡସହେ ଗ୍ରାହମ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିସହ ରୁଷ ବିରୋଧରେ ଅନ୍ତର୍ଜାତୀୟ ଫୌଜଦାରୀ ଅଦାଲତରେ ଉତ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ୟୁକ୍ରେନ୍ରେ ରୁଷ ଚଳାଇଥିବା ଯୁଦ୍ଧ ଅପରାଧ ବିରୋଧରେ ତଦନ୍ତ ହେବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି। ରୁଷର ଅମାନବୀୟ କାର୍ୟ୍ୟ ବିରୋଧରେ ଉଭୟ ଡେମୋକ୍ରାଟ୍ ଏବଂ  ରି-ବପ୍ଲିକାନ ଏକାଠି ହୋଇଥିଲେ। ୟୁକ୍ରେନ୍ରେ ଧ୍ୱଂସଲୀଳା ଚଳାଇଥିବା ପୁଟିନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଯୁଦ୍ଧ ପାଇଁ ପୁଟିନଙ୍କୁ ଦାୟୀ କରାଯିବା ଉଚିତ୍ ବୋଲି ମତପ୍ରକାଶ ପାଇଥିଲା।

ଅନ୍ୟପକ୍ଷରେ ୟୁକ୍ରେନ ବିରୋଧରେ ଯୁଦ୍ଧ ନୁହେଁ ବରଂ ସ୍ୱତନ୍ତ୍ର ସାମରିକ କାର୍ୟ୍ୟାନୁଷ୍ଠାନ ବୋଲି ରୁଷ କହି ଆସୁଛି। ଫେବୃଆରୀ ୧୨ଠାରୁ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ଏଯାଏଁ ୧୨ଟି ସହରକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି ରୁଷ। ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧଠାରୁ ମସ୍କୋର ଏହି କାରନାମା ଅତି ବର୍ବର ଏବଂ ଅମାନୁଷିକ ବୋଲି ଆମେରିକା ସିନେଟରେ କୁହାଯାଇଛି।


Powered by Froala Editor