ଟୋକିଓ: ଜାପାନର ରାଜଧାନୀ ଟୋକିଆ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ରାତିରେ ଶକ୍ତିଶାଳି ଭୂ-କମ୍ପ ଅନୁଭୂତ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଜାପାନପର ପୂର୍ବବର୍ତ୍ତୀ ଅଞ୍ଚଳ ଗୁଡ଼ିକୁ ସୂନାମି ଆଲ ର୍ଟ କରାଯାଇଛି। ଏହି ଭୂମିକମ୍ପରେ ଜାପାନ ଉତ୍ତର-ପୂର୍ବ ଅଞ୍ଜଳରେ ଅନେକ କ୍ଷୟକ୍ଷତି କରିରଥିବା ବେଳେ ଏହାର ଆକଳନନ କରାଯାଇ ପାରି ନାହିଁ। ମଧ୍ୟରାତ୍ରିରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୭.୪ ଥିବା ଆକଳନ କରାଯାଇଛି। ଜପାନର ଉତ୍ତରପୂର୍ବ ଅଞ୍ଚଳକୁ ସୁନାମି ପାଇଁ ହାଇଆଲର୍ଟ କରାଯାଛି। ବିଶେଷକରି ସମୁଦ୍ରରେ ୧ ମିଟଟର ଉଚ୍ଚ ଜଜୁଆର ଆସିବାର ସମ୍ଭାବନା ରହିଥିବା ଅଧିକାରୀମମାମେନ ଆକଳନ କରିଛନ୍ତି। କିଛି ଏରିଆରେ ସ୍ୱାଭାବିକଠାରୁ ୩୦ ସେମି ଉଚ୍ଚ ଜୁଆର ମାଡ଼ି ଆସିତିବା ଆଳନ ଜକରାଯାଇଛି। ସେହିପରି ଭୂକମ୍ପ ଯୋଗୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି। ରାଜଧାନୀ ଟୋକିଓ ଅନ୍ଧାର ହୋଇ ପଡ଼ିଥିବା ବେଳେ ୨୦ ଲକ୍ଷ ଲୋକ ଅନ୍ଧାରରେ ଅଛନ୍ତି।
ତେବେ ରାଜଧାନୀ ଟୋକିଓ ଠାରୁ ୨୯୭ କିମି ଦୂର ଉତ୍ତରପୂର୍ବ ଦିଗରେ ଏହି ଭୂ-କମ୍ପ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି । ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବାବେଳେ ଫୁକୁସିମାରେ ମଧ୍ୟ ଏହାର ତୀବ୍ର ପ୍ରଭାବ ଅନୁଭୂତ ହୋଇଛି । କାନଜଓ୍ୱା, ୟୋକୋହାମା, ନିଗାଟ ଓ ସେନଡାଇ ଭଳି ଅଞ୍ଚଳରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ପରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବା ଜାପାନ ବିଦ୍ୟୁତ୍ ବିଭାଗପକ୍ଷରୁ ସୂଚନା ମିଳିଛି । ପ୍ରାୟ ୨ କୋଟି ଘର ଅନ୍ଧାରରେ ରହିଥିବା ଖବର ମିଳିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅନେକ ଘରେ ଫାଟ ଚିହ୍ନ ସୃଷ୍ଟି ହୋଇଛି । ଲୋକେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ଭୂକମ୍ପ ଝଟକା ପରେ ଜାପାନର ପାଣିପାଗ ଏଜେନ୍ସି ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପାଇଁ ସୁନାମି ଆଲର୍ଟ ଜାରି କରାଯାଇଛି । ସମୁଦ୍ର କୂଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି।
Powered by Froala Editor
