କାଶ୍ମୀର ଫାଇଲ୍ସ ନିର୍ଦ୍ଦେଶକଙ୍କୁ  ‘Y’ ସୁରକ୍ଷା

କାଶ୍ମୀର ଫାଇଲ୍ସ ନିର୍ଦ୍ଦେଶକଙ୍କୁ ‘Y’ ସୁରକ୍ଷା

ଜାତୀୟ ଖବର

ମୁମ୍ବାଇ: ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘Y’   କାଟେଗୋରୀ ସୁରକ୍ଷା ଦିଆଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପ୍ସନ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି ।
‘Y’  କାଟେଗୋରୀ ସୁରକ୍ଷାରେ ମୋଟ୍ ୮ ଜଣ ସୁରକ୍ଷାକର୍ମୀ ମୁତୟନ ହୋଇଥାନ୍ତି । ଖାଲି ଏତିକି ନୁହେଁ ଏହି ସୁରକ୍ଷା ଯେଉଁ ଭିଆଇପିଙ୍କୁ ଦିଆଯାଏ ତାଙ୍କ ଘରେ ମଧ୍ୟ ୫ ଆର୍ମଡ୍ ଷ୍ଟେଟିକ୍ ଗାର୍ଡ ନିୟୋଜିତ ହୋଇଥାନ୍ତି ।
କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନ ପ୍ରସଙ୍ଗକୁ ନେଇ ନିର୍ମିତ ବଲିଉଡ୍ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାଲ୍ କରୁଛି । ଏହି ଚଳଚ୍ଚିତ୍ରଟି ୬ ଦିନରେ ପ୍ରାୟ ୮୦ କୋଟି ଟଙ୍କା ରୋଜଗାର କରିପାରିଛି । ଏହି ଚଳଚ୍ଚିତ୍ରକୁ ଅନେକ ରାଜ୍ୟରେ ଟିକସମୁକ୍ତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫିଲ୍ମର ଖୁବ୍ ପ୍ରଶଂସା କରିଛନ୍ତି। ଖାଲି ଏତିକି ନୁହେଁ ଏହି ଚଳଚ୍ଚିତ୍ରକୁ ନେଇ ପୂରା ବଲିଉଡ୍ ଦୁଇ ଭାଗ ହେଉଥିବା ନଜର ଆସୁଛି ।

Powered by Froala Editor