ବାଇଡେନ- ଜିନପିଙ୍ଗ ଏକାଠି ହେବେ କି

ବାଇଡେନ- ଜିନପିଙ୍ଗ ଏକାଠି ହେବେ କି

ବିଶେଷ ଖବର

ୱାଶିଂଟନ:  ଯୁଦ୍ଧ ବିଭୀଷିକା ଭିତରେ ତ୍ରାହି ତ୍ରାହି ଡାକୁଛି ୟୁକ୍ରେନ । ବିସ୍ଫୋରଣ ଓ ବାରୁଦ ଗନ୍ଧରେ ଛଟପଟ ହେଉଛନ୍ତି ୟୁକ୍ରେନବାସୀ । ବଢିବାରେ ଲାଗିଛି ୟୁକ୍ରେନ ଧ୍ବସଂ ତାଲିକା । ଏପରି ସ୍ଥଳରେ କୂଟନୈତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଚାଲିଛି । ୟୁକ୍ରେନ ଋଷକୁ ଶୀତଳ କରିବା ପାଇଁ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ପ୍ରତିପକ୍ଷ ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହେବ । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି ।
ଏହା ସହିତ ଚୀନ ଓ ଆମେରିକା ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଏବଂ ସାମନା କରିବାକୁ ପଡୁଥିବା ନୂଆ ଚ୍ୟାଲେଞ୍ଜ ବାବଦରେ ମଧ୍ୟ ଆଲୋଚନା ହେବ । ୟୁକ୍ରେନ ଉପରେ ଋଷର ଆକ୍ରମଣ ପର ଠାରୁ ଋଷିଆକୁ ଯେପରି ଚୀନ କୌଣସି ପ୍ରକାର ସହଯୋଗ କିମ୍ବା ସମର୍ଥନ ନ ଦିଏ ସେଥିପାଇଁ ଜିନପିଙ୍ଗଙ୍କ ଉପରେ କୂଚନୈତିକ ଚାପ ପଡୁଛି । ନିକଟରେ ଋଷିଆ ଚୀନକୁ ଚୀନକୁ ସାମରିକ ସହାୟତା ମାଗିଥିବା ଜଣାପଡିଥିଲା । ଏପରି କଲେ ଚୀନ ଭୟଙ୍କର ପରିଣାମ ଭୋଗିବ ବୋଲି ୱାଶିଂଟନ ବେଜିଂକୁ ଚେତାବନୀ ଦେଇଛି ।ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ କିଛି ଦିନ ତଳେ ୟୁକ୍ରେନକୁ ମାନବୀୟ ସହାୟତା ପଠାଇବା ସହ ତା'ର ଶରଣାର୍ଥୀଙ୍କୁ ଆମେରିକା ସ୍ଥାନ ଦେବ ବୋଲି ରାଷ୍ଟ୍ରପତି ବାଇଡେନ ଘୋଷଣା କରିଥିଲେ । ଯୁଦ୍ଧ ବନ୍ଦ ପାଇଁ ଋଷ୍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା ଆମେରିକା । ଆକ୍ରମଣକାରୀ ଋଷ ସେନାର ମୁକାବିଲା ପାଇଁ ୟୁକ୍ରେନ ପାଖରେ ଯେପରି ଅସ୍ତ୍ରଶସ୍ତ୍ର ରହିବ ତାହା ସୁନିଶ୍ଚିତ କରିବାକୁ ଘୋଷଣା କରିଥିଲେ ବାଇଡେନ ।

Powered by Froala Editor