ଭୁବନେଶ୍ୱର: ଆଜି ଖୁସି, ମସ୍ତିକୁ ସାଙ୍ଗରେ ନେଇ ଆସିଛି ରଙ୍ଗର ପର୍ବ ହୋଲି । ଏହି ପର୍ବଟି ହେଉଛି ପ୍ରେମ ଓ ଭାଈଚାରାର ପର୍ବ । ଆଜି ଛୋଟରୁ ବଡ ସମସ୍ତେ ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଖୁସିର ପର୍ବ ହୋଲି ଅବସରରେ ମୁଖ୍ୟମନ୍ତ୍ରୀ ଟ୍ୱିଟର ମାଧ୍ୟମରେ ରଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ସମସ୍ତ କୋଭିଡ୍ ନିୟମ ପାଳନ କରି ଏହି ଉସôବରେ ସାମିଲ ହୁଅନ୍ତୁ ।
ଏହାସହ ସେ ଆହୁରି ଏକ ଭିଡିଓ କ୍ଲିପ୍ ମଧ୍ୟ ଜାରି କରିଛନ୍ତି, ସେଥିରେ ସେ କହୁଛନ୍ତି ଯେ, ‘ନମସ୍କାର ପ୍ରିୟ ଭାଈ ଓ ଭଉଣୀମାନେ ରଙ୍ଗ ଓ ଆନନ୍ଦରପର୍ବ ହୋଲି ଅବସରରେ ଆପଣମାନଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା’ ।
Powered by Froala Editor
