ନୂଆଦିଲ୍ଲୀ: ୨୪ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ ହମଲା ଆରମ୍ଭ କରିଦେଇଛି ରୁଷ । ଲଭିଭ ଏୟାରପୋର୍ଟ ନିକଟରେ ରୁଷ ପକ୍ଷରୁ ଘନଘନ ମିସାଇଲ ମାଡ଼ କରାଯାଇଛି । ପୂର୍ବରୁ ରାଜଧାନୀ କିଭ୍ ସହ ଅନେକ ବଡ଼ ବଡ଼ ସହର ଉପରେ ରୁଷ ହମଲା କରିଥିଲା।
ହେଲେ ଲଭିଭ ଉପରେ ବଡ଼ଧରଣର ହମଲା କରାଯାଇ ନଥିଲା। ଏବେ କିନ୍ତୁ ରୁଷ ମିସାଇଲ ମାଡ଼ରେ ଦୋହଲିଛି ଲଭିଭ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।
ଏୟାରପୋର୍ଟର ଆଖପାଖ ଅଞ୍ଚଳରେ ଏକାଧିକ ବିସ୍ଫୋରଣ ପରେ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏୟାରପୋର୍ଟର କିଛି ଅଂଶ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।
Powered by Froala Editor
