ଜାପାନ ପ୍ରଧାନମନ୍ତ୍ରୀ ଆସୁଛନ୍ତି

ଜାପାନ ପ୍ରଧାନମନ୍ତ୍ରୀ ଆସୁଛନ୍ତି

ଜାତୀୟ ଖବର

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ସେ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଏହି ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀ କିଶିଡା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । 
ଦୁଇ ନେତାଙ୍କ ମଧ୍ୟରେ ଏହା ହେବ ପ୍ରଥମ ଶିଖର ବୈଠକ । ଏହି ସଂକ୍ରାନ୍ତରେ ଭାରତର ବୈଦଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ସୂଚନାଥାଉ କି, କରୋନା ମହାମାରୀ ଯୋଗୁ ୨୦୨୦ ଏବଂ ୨୦୨୧ ଶିଖର ବୈଠକ ଆଲୋଚନା ହୋଇପାରିନଥିଲା ।

Powered by Froala Editor