ଦୁର୍ଘଟଣାରେ ପରିବାରର ୩ ମୃତ

ଦୁର୍ଘଟଣାରେ ପରିବାରର ୩ ମୃତ

ରାଜ୍ୟ ଖବର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଲହଙ୍ଗାପଡ଼ା ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରିବାରର ୩ ଜଣଙ୍କ ପ୍ରାଣହାନୀ ହୋଇଛି। ଏକ ବାଇକ୍ ଭାରସାମ୍ୟ ହରାଇ ଡିଭାଇଡରରେ  ପିଟି ହେବାରୁ  ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ ନରେଶ ମହାନ୍ତ, ସ୍ତ୍ରୀ ସରିତା ମହାନ୍ତ ଓ  ତିନିବର୍ଷର ଝିଅ ସନ୍ଧ୍ୟାରାଣୀ ମହାନ୍ତ।  ଆହତ ନନ୍ଦନୀ ମହାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ୮ବର୍ଷ ହେବ। ନନ୍ଦନୀ  ନରେଶଙ୍କ ବଡ଼ ଝିଅ  ।

ମିଳିଥିବା ସୂଚନାଅନୁସାରେ, ଗତକାଲି ରାତିରେ ନରେଶ ତାଙ୍କ ସ୍ତ୍ରୀ ଓ  ଦୁଇ ଝିଅ ଏକ ବାଇକ୍ରେ ଗୋପନାରୁ ଲହଙ୍ଗାପଡ଼ା ଅଭିମୁଖେ ଆସୁଥିଲେ। ଏହି ସମୟରେ ଲହଙ୍ଗାପଡ଼ା ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା। ଘଟଣାସ୍ଥଳରେ ତିନିବର୍ଷ ଝିଅର ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ନରେଶ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି।     ନନ୍ଦନୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାରେ ତଦନ୍ତ କରୁଛି।


Powered by Froala Editor