ହୋଲିରେ ବ୍ରହ୍ମଗିରିରେ ଫୁଟିଲା ଘନଘନ ବୋମା

ହୋଲିରେ ବ୍ରହ୍ମଗିରିରେ ଫୁଟିଲା ଘନଘନ ବୋମା

ରାଜ୍ୟ ଖବର

ବ୍ରହ୍ମଗିରି:  ହୋଲିରେ ଫୁଟିଲା ଘନଘନ ବୋମା। ହୋଲି ଖେଳରୁ ହୋଇଛି ବୋମା ମାଡ଼। ଗାଁରେ ଫୁଟିଛି ୩୦ରୁ ଅଧିକ ବୋମା ମାଡ଼। ଗୁଳି ମଧ୍ୟ ଫୁଟିଛି। ଆଜି ଏପରି ଚିତ୍ର ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଘଟିଛି।

ରଙ୍ଗଖେଳ ଚାଲିଥିବା ବେଳେ ଦଣ୍ଡୁଆସିପଡ଼ା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଅର୍ଥାତ ସନ୍ଧ୍ୟା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବୋମା ମାଡ଼ ହୋଇଥିଲା। ୩୦ରୁ ୩୫ଟି ବୋମା ମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ରାଜନୈତିକ ବିବାଦରୁ ଏହି ଗଣ୍ଡଗୋଳ ସୂଚ୍ରପାତ ହୋଇଥିବା ଆଲୋଚନା ହେଉଛି। ବୋମା ମାଡ଼ ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସନ୍ଧ୍ୟା ହୋଇଥିବାରୁ ପୁଲିସ୍ ସ୍ଥିତି ଦେଖି ଆଗକୁ ବଢ଼ୁଛି।

Powered by Froala Editor