୨୫ରେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

୨୫ରେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ଜାତୀୟ ଖବର

ଲକ୍ଷ୍ନୌ:  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବତୀୟ ପାଳି (୨.୦) ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଯୋଗୀ ଆଦିତ୍ୟନାଥ ତାଙ୍କ ଦ୍ବତୀୟ ପାଳି ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ୨୫ ତାରିଖରେ ଲକ୍ଷ୍ନୌର ଭାରତରତ୍ନ ଅଟଳବିହାର ବାଜପ୍ରେୟୀ ଷ୍ଟାଡିୟମ୍‌ରେ ଅପରାହ୍‌ଣ ୪ଟାରେ ଅନୁଷ୍ଠିତ ହେବ ଏହି ବିଶାଳ ଶପଥଗ୍ରହଣ ଉତ୍ସବ। ଯୋଗୀଙ୍କ ସହିତ ଏକାଧିକ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ଏହି ଉତ୍ସବରେ ପ୍ରଧା‌ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ୫୦ ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟ୍‌ମ୍‌ରେ ୨୦୦ ଭିଭିଆଇପିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମୋଦୀ ଓ ଅମିତ ଶହାଙ୍କ ବ୍ୟତୀତ ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଏହି ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ହୋଇପାରନ୍ତି ବୋଲି କୁହାଯାଉଛି। ବିଜେପି ମେଣ୍ଟ ୨୭୩ ଆସନରେ ବିଜୟ ଲାଭ କରିଥିବା ବେଳେ କେବଳ ବିଜେପି ଏକା ୨୫୫ ଆସନରେ ବିଜୟ ଲାଭ କରି ଐତିହାସିକ ସଫଳତା ଲାଭ କରିଛି।  


Powered by Froala Editor