୨୫ ହଜାର ସରକାରୀ ନିଯୁକ୍ତିକୁ ଅନୁମୋଦନ

୨୫ ହଜାର ସରକାରୀ ନିଯୁକ୍ତିକୁ ଅନୁମୋଦନ

ଜାତୀୟ ଖବର

ଚଣ୍ଡିଗଡ଼: ପଞ୍ଜାବ ନୂଆ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏ ନେଇ ଆଜି ଘୋଷଣା କରିଛନ୍ତି। ମାନଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ କ୍ୟାବିନେଟ ବୈଠକରେ ୨୫ ହଜାର ସରକାରୀ ଚାକିରିକୁ ଅନୁମୋଦନ ମିଳିଛି। ଆସନ୍ତା ଗୋଟିଏ ମାସରେ ଏହି ସବୁ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

ଆଜି ପଞ୍ଜାବ କ୍ୟାବିନେଟର ୧୦ ଜଣ ସଦସ୍ୟ ପଦ ଗୋପନୀୟତାର ଶପଥ ପାଠ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲେ। ଏହି ବୈଠକରେ ରାଜ୍ୟରେ ସୃଷ୍ଟି ହୋଇଥିବା ବେକାରୀ ସମସ୍ୟାକୁ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ମାନ ବଡ଼ ପଦକ୍ଷେପ ନେଇଛନ୍ତି।

ଯୁବଗୋଷ୍ଠୀଙ୍କୁ ଚାକିରି ଦେବାକୁ ସେ ରାଜ୍ୟର ବିଭିନ୍ନ ବିଭାଗ, ବୋର୍ଡ ଓ କର୍ପୋରେସନରେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଅନୁମତି ଦେଇଛନ୍ତି। ଏହା ମଧ୍ୟରୁ ୧୦ ହଜାର ଚାକିରି ପୁଲିସ୍ ବିଭାଗରେ ସୃଷ୍ଟି ହେବ। ବାକି ୧୫ ହଜାର ନିଯୁକ୍ତି ରାଜ୍ୟର ବିଭିନ୍ନ ବିଭାଗରେ ଦିଆଯିବ। ମାସକ ମଧ୍ୟରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମାନ କହିଛନ୍ତି।

କ୍ୟାବନେଟ ପୂର୍ବରୁ ମାନଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଥିଲା। ୧୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପଞ୍ଜାବ ରାଜ ଭବନରେ ଥିବା ଗୁରୁ ନାନକ ଦେବ ଅଡିଟୋରିୟମରେ ଏମାନଙ୍କୁ ରାଜ୍ୟପାଳ ବନୱାଲିଲାଲ ପୁରୋହିତ ପଦ ଓ ଗୋନୀୟତାର ଶପଥ ପାଠ କରାଇଥିଲେ।


Powered by Froala Editor