ଆଜି ପଖାଳ ଦିବସ, ଶ୍ରୀଜଗନ୍ନାଥ, ମହାପ୍ରଭୁ ଲିଙ୍ଗରାଜଙ୍କର ବି ପସନ୍ଦ

ଆଜି ପଖାଳ ଦିବସ, ଶ୍ରୀଜଗନ୍ନାଥ, ମହାପ୍ରଭୁ ଲିଙ୍ଗରାଜଙ୍କର ବି ପସନ୍ଦ

ବିଶେଷ ଖବର

ଭୁବନେଶ୍ୱର : ଆଜି ପାଳିତ ହେଉଛି ବିଶ୍ବ ପଖାଳ ଦିବସ।  ଓଡ଼ିଆଙ୍କର ପସନ୍ଦ ବି ପଖାଳ। ସେ ଧନୀ ହେଉକି ଗରିବ, ସମସ୍ତେ ପଖାଳ ଖାଇବାକୁ ଭଲ ପାଆନ୍ତି  । ଗରିବ ଲୋକଟେ ଚାଳଛପର ଘର ପିଣ୍ଡାରେ ବସି ପଖାଳ ମାଡ଼ କରୁଥିବାବେଳେ ଧନୀମାନେ ଏବେ ପଞ୍ଚତାରକା ହୋଟେଲରେ ପଖାଳର ଆନନ୍ଦ ନେଉଥିବା ଦେଖିବାକୁ ମିଳୁଛି  ।

ଖାଲି ଓଡ଼ିଆମାନେ ନୁହଁନ୍ତି ସ୍ୱୟଂ ଭଗବାନ ବି ପଖାଳ ଖାଆନ୍ତି  । ଖରାଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ  । ଚନ୍ଦନଯାତ୍ରା ବେଳେ ଦହି ପଖାଳ ମଣୋହି କରି ମଦନମୋହନ ଚାପ ଖେଳିଥା’ନ୍ତି  । ଶ୍ରୀମନ୍ଦିରରେ ପାଣି ପଖାଳ ୨୩ ଓଳି ଓ ଚିପୁଡ଼ା ପଖାଳ ୧୪ ଓଳି ଭୋଗ ଲାଗିଥାଏ  । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଠାକୁରଙ୍କୁ ବଡ଼ସିଂହାର ଭୋଗ ବେଳେ ପଖାଳ ସାଙ୍ଗକୁ କଦଳୀ ଭଜା ଅର୍ପଣ କରାଯାଇଥାଏ  ।

ଓଡ଼ିଶାରେ ଆମେ ଏହାକୁ ପଖାଳ କହୁଥିବାବେଳେ ଆସାମରେ ଏହାକୁ ‘ପୋଇତା ଭାତ’ କୁହାଯାଉଥିବାବେଳେ ପଶ୍ଚିମବଙ୍ଗରେ ‘ପନ୍ତ ଭାତ’ କୁହାଯାଇଥାଏ  । ସେହିପରି ଝାଡ଼ଖଣ୍ଡ ଓ ବିହାରରେ ପଖାଳକୁ ‘ମାରା ଭାତ’ ବୋଲି କୁହାଯାଏ  । ଅପରପକ୍ଷରେ ଛତିଶଗଡ଼ରେ ପଖାଳକୁ ‘ବୋରେ ଭାତ’, ମାଲାୟଲମରେ ‘ବଲ୍ଲୁ ଚୋରୁ’ ଓ ତାମିଲନାଡୁରେ ‘ବକାଲ ଭାତ’ କୁହାଯାଇଥାଏ  । 


Powered by Froala Editor