ପଞ୍ଜାବ ସଫଳତା ପରେ ଛତିଶଗଡ଼ ଉପରେ ଆପ୍‌ର ନଜର

ପଞ୍ଜାବ ସଫଳତା ପରେ ଛତିଶଗଡ଼ ଉପରେ ଆପ୍‌ର ନଜର

ଜାତୀୟ ଖବର

ଆଦିଲ୍ଲୀ: ପଞ୍ଜାବରେ ସଫଳତା ପରେ ଆଉ ଏକ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ ଉପରେ ନଜର ପକାଇଛି ଆପ୍‌। କାରଣ ଆସନ୍ତା ବର୍ଷ ଛତିଶଗଡ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ପାର୍ଟି ଏଠାରେ ମୈଦାନକୁ ଓହ୍ଲାଇବ। ଛତିଶଗଡ ନିର୍ବାଚନ ଲଢିବାକୁ ଦଳ ନିଷ୍ପତ୍ତି ନେଇଥିବା ବେଳେ ଏନେଇ ଏବେଠୁ ସଜବାଜରେ ଲାଗି ପଡିଛି ।

ଏହି ପରିପ୍ରେକ୍ଷୀରରେ ଆପ୍ର ବରିଷ୍ଠ ନେତା ତଥା ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜିଠୁ ଦୁଇ ଦିନିଆ ଛତିଶଗଡ ଗସ୍ତ କରିବେ । ମନ୍ତ୍ରୀଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି, କଂଗ୍ରେସ ଶାସିତ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ନିଜ ଦଳର ପ୍ରସ୍ତୁତିକୁ ଗତି ଦେବା । ଆପ୍ର ପୂର୍ବାଞ୍ଚଳ ୱିଙ୍ଗ ଇନଚାର୍ଜ ତଥା ବିଧାୟକ ସଞ୍ଜୀବ ଝା ମଧ୍ୟ ମନ୍ତ୍ରୀ ଗୋପାଳ ରାୟଙ୍କ ସହ ଯିବେ ।ଦୁଇ ଦିନିଆ ଗସ୍ତ ଅବସରରେ ବରିଷ୍ଠ ଆପ୍ ନେତା ଦଳର ଆକ୍ସନ ପ୍ଲାନକୁ ତ୍ବରାନ୍ବିତ କରିବା ପାଇଁ ଆଜି ଦଳୀୟ ନେତା ଓ କର୍ମୀଙ୍କ ସହ ସିରିଜ୍ ବୈଠକ କରିବେ । ରାଜ୍ୟରେ ଏକ ବୃହତ୍ ସଦସ୍ୟତା ଅଭିଯାନର ଆରମ୍ଭ କରିବା ସଙ୍ଗେ ସଙ୍ଗେ ରାଜଧାନୀ ରାୟପୁରରେ ପାର୍ଟିର ରାଜ୍ୟ ମୁଖ୍ୟାଳୟ ଉଦଘାଟନ କରିବେ । ସେହିପରି ସୋମବାର ଆମ୍ ଆଦମୀ ପାର୍ଟି ପକ୍ଷରୁ ରାୟପୁରରେ ଆୟୋଜିତ ହେବାକୁ ଥିବା ବିଜୟ ଯାତ୍ରାରେ ମନ୍ତ୍ରୀ ସାମିଲ ହେବେ । ଏହି ଯାତ୍ରା ଆଗାମୀ ଛତିଶଗଡ ବିଧାନସବା ନିର୍ବାଚନ ପାଇଁ ଦଳର କାର୍ୟ୍ୟ ଯୋଜନା ପ୍ରସ୍ତୁତ କରିବ ଏବଂ ବିଜୟ ଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ଆପ୍ର ସନ୍ଦେଶ ପହଞ୍ଚାଇବ ବୋଲି ଗୋପାଳ ରାୟ କହିଛନ୍ତି ।

Powered by Froala Editor