ହରଭଜନ ସିଂହଙ୍କୁ ରାଜ୍ୟସଭା ପଠାଇବ ଆପ୍

ହରଭଜନ ସିଂହଙ୍କୁ ରାଜ୍ୟସଭା ପଠାଇବ ଆପ୍

ଜାତୀୟ ଖବର

ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ ଏବେ ରାଜ୍ୟ ସଭାକୁ ପ୍ରାର୍ଥୀ ପଠାଇବା ନେଇ ଘୋଷଣା କରିଛି। ଆଜି ଆପ୍‌ ପକ୍ଷରୁ ୪ ଜଣଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯିବାକୁ ସ୍ଥିର କରାଯାଇଛି। ସେଥିମଧ୍ୟରେ ପୂର୍ବତନ କ୍ରିକେଟ୍‌ର ହରଭଜନ୍ ସିଂହକୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଦିଲ୍ଲୀ ଜଳବୋର୍ଡର ଉପାଧ୍ୟକ୍ଷ ତଥା ପଞ୍ଜାବ ଆପ୍‌ ପ୍ରଭାରୀ ରାଘବ ଚଢ଼ା, ଆଇଆଇଟି ପ୍ରଫେସର ଡ. ସନ୍ଦୀପ ପାଠକ,ଏବଂଲଭ୍ଲି ପଫେସନାଲ୍‌ ୟୁନିଭର୍‌ସିଟିର ଚାନ୍‌ସେଲର ଅଶୋକ ମିତ୍ତଲଙ୍କୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଉଦ୍ୟୋଗପତି ସଂଜୀବ ଆରୋରାଙ୍କୁ ମଧ୍ୟ ରାଜ୍ୟସଭା ପଠାଇବାକୁ ପାର୍ଟି ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟସଭା ଲାଗି ପଞ୍ଜାବରୁ ୫ ଆସନ ଆସନ୍ତା ମାସ ଖାଲି ହେବାକୁ ଯାଉଛି। ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ପୂର୍ବତନ କ୍ରିକେଟ୍‌ର ହରଭଜନ ସିଂହ ନିକଟରେ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ୭୦୦ ୱିକେଟ୍‌ ନେଇଥିବା ଶ୍ରୀ ସିଂହ ୧୮ ବର୍ଷ ଧରି ଭାରତୀୟ କ୍ରିକେଟ୍‌ର ଅଂଶୀଦାର ଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ସେ ନବଜତ ସିଂହ ସିଦ୍ଧୁଙ୍କୁ ଭେଟିଥିଲେ। ଏହାକୁ ନେଇ ଅନେକ ଆଶଙ୍କା କରିଥିଲେ କି ହରଭଜନ କଂଗ୍ରେସରେ ଯୋଗ ଦେଉଛନ୍ତି। ତେବେ ସେ ସେତେବେଳ ଏହାକୁ ଅସ୍ବୀକାର କରିଥିଲେ। ଆପ୍ର ଏହି ୫ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେଲେ ଦଳର ମୋଟ ସାଂସଦଙ୍କ ସଂଖ୍ୟା ୩ରୁ ୮କୁ ବୃଦ୍ଧି ପାଇବ। 

Powered by Froala Editor