‘ଦି କାଶ୍ମୀର ଫାଇଲସ’କୁ ନେଇ କ’ଣ କହିଲେ ଅମୀର ଖାନ୍

‘ଦି କାଶ୍ମୀର ଫାଇଲସ’କୁ ନେଇ କ’ଣ କହିଲେ ଅମୀର ଖାନ୍

ଜାତୀୟ ଖବର

ମୁମ୍ବାଇ: ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ‘ଦି କାଶ୍ମୀର ଫାଇଲ୍‌’। ଦେଶରେ ଗୋଟିଏ ଗୋଷ୍ଠୀ ଏହି ଫିଲ୍ମ ପ୍ରଦର୍ଶନକୁ ସମର୍ଥନ କରୁଥିବା ବେଳେ ଆଉ ଏକ ଗୋଷ୍ଠୀ ଏହା ଦେଶରେ ବିଦ୍ବେଷ ଭାବ ସୃଷ୍ଟି କରୁଛି କହି ବିରୋଧ କରୁଛନ୍ତି। ଏପରି ସମର୍ଥନ ଓ ବିରୋଧ ମଧ୍ୟରେ ଲୋକପ୍ରିୟ ଅଭିନେତା ଅମୀର ଖାନଙ୍କ ମତକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ସମସ୍ତ ଭାରତୀୟ ଏହି ଫିଲ୍ମ ଦେଖିବା ଦରକାର ବୋଲି ଅମୀର ଆହ୍ବାନ କରିଛନ୍ତି। ଏହା ସହିତ ସେ ନିଶ୍ଚୟ ଏହି ଫିଲ୍ମ ଦେଖିବେ ବୋଲି ମତ ଦେଇଛନ୍ତି। ଅଭିନେତ୍ରୀ ଆଲିଆ ଭଟ୍‌ଙ୍କ ସହିତ ଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରରେ ସେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ମୁଁ ନିଶ୍ଚୟ ଏହି ଫିଲ୍ମ ଦେଖିବି। ଇତିହାସର ଏହା ଏକ ଅଂଶ। ଏହି ଘଟଣା ସବୁବେଳେ ହୃଦୟକୁ କ‌ଷ୍ଟ ଦେଇଥାଏ। ଏହା ଉପରେ ତିଆରି ହୋଇଥିବା ଫିଲ୍ମକୁ ସବୁ ଭାରତୀୟ ଦେଖିବା ଦରକାର। ଏହି ଫିଲ୍ମ ସବୁ ଭାରତୀୟଙ୍କୁ ହୃଦୟକୁ ଛୁଇଁଛି। ମାନବିକତାକୁ ଭଲ ପାଉଥିବା ପ୍ରତିଟି ମଣିଷକୁ ଏହା ଆଘାତ ଦେବ। ଏହା ସହିତ ଏହି ଫିଲ୍ମ ଆଶାତୀତ ସଫଳତା ହାସଲ କରିଥିବାରୁ ସେ ଖୁସି ଥିବା କହିଛନ୍ତି।


Powered by Froala Editor