ନନ୍ଦନକାନନରେ ବାଘ ଶାବକର ମୃତ୍ୟୁ

ନନ୍ଦନକାନନରେ ବାଘ ଶାବକର ମୃତ୍ୟୁ

ରାଜ୍ୟ ଖବର

ଭୁବନେଶ୍ୱର:  ନନ୍ଦନକାନନରେ ଏକ ବାଘ ଶାବକର ମୃତ୍ୟୁ ଘଟିଛି। ବାଘୁଣୀ ରୂପା ଦେଇଥିବା ତିନିଟି ଶାବକଙ୍କ ମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ ହୋଇଛି।  ମୃତ ଛୁଆଟି ଅଣ୍ଡିରା ଓ ଧଳା ବାଘ ଥିଲା। ବାଘ ଛୁଆର ମୃତ୍ୟୁ କେମିତି ହେଲା ତାହାର କାରଣ ଜଣାପଡ଼ିନାହିଁ। ତେବେ ଅନ୍ୟ ଦୁଇଟି ବାଘ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।

ଗତ ୧୧ ତାରିଖରେ ବାଘୁଣୀ ରୂପା ତିନିଟି ଛୁଆ ଜନ୍ମ ଦେଇଥିଲା। ଛୁଆ ଜନ୍ମ ଦେବା ପରଠାରୁ ସେ ଛୁଆମାନକୁ ପାଖରେ ପୂରାଇ ଦେଉ ନଥିଲା। ଉଭୟ ମାଆ ଓ ଛୁଆ ଗୁଡିକର ଗତିବିଧି ଉପରେ ସିସିଟିଭି ଦ୍ୱାରା ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

Powered by Froala Editor