ଖାକିରେ କଳଙ୍କ... ଧରାପଡ଼ିଲେ

ଖାକିରେ କଳଙ୍କ... ଧରାପଡ଼ିଲେ

ରାଜ୍ୟ ଖବର

ଭବାନୀପାଟଣା: ପୁଣି ଖାକିରେ କଳଙ୍କ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୋଲିସ ଏଏସଆଇ । ଅଧିକାରୀ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାରେ କାର୍ୟ୍ୟରତ ଏଏସଆଇ ରମେଶ ଚନ୍ଦ୍ର ପଟ୍ଟନାୟକ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ।

ସୂଚନାଅନୁସାରେ, ଏସଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଲୁହୁରାଜୋର ଗାଁର ମଦ ବ୍ୟବସାୟୀ ପବିତ୍ର ନାଏକଙ୍କ ମାମଲା ରଫାଦଫା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ପବିତ୍ର ନାଏକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ବାବୁଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା ଭିଜିଲାନ୍ସ ।ଭବାନୀପାଟଣା ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଏସଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରିବା କରି ଟଙ୍କା ଜବତ କରିବା ସହିତ ଗିରଫ କରିଛି । ସୂଚନାଅନୁସାରେ, ପୂର୍ବରୁ ମଧ୍ୟ ଏହି ଭଳି ଅଭିଯୋଗରେ ଚାକିରୀରୁ ନିଲମ୍ବିତ ହୋଇଥିଲେ ପୋଲିସ ବାବୁ।

Powered by Froala Editor