ସ୍କ୍ରାପ୍‌ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ସ୍କ୍ରାପ୍‌ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ରାଜନୀତି

ସିକନ୍ଦ୍ରାବାଦ: ତେଲେଙ୍ଗାନାର ସିକନ୍ଦ୍ରାବାଦ ନିକଟରେ ଭୋଇଗୁଡ଼ାରେ ଏକ ସ୍କ୍ରାପ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଜୀବନ୍ତ ଦଗ୍ଦ ହୋଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।  ତେବେ ଏକାଧିକ ଦମକଳବାହିନୀ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ଗୋଡାଉନ୍ରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଘଟଣାର ତଦନ୍ତ କରାଯାଉଥିବା ପୁଲିସ କହିଛି।

ପୁଲିସ କହିବା ଅନୁଯାୟୀ, ୧୨ ଜଣ ଦାଦନ ଶ୍ରମିକ ଉକ୍ତ ଗୋଡାଉନ୍ରେ ଥିଲେ। ଏମାନଙ୍କ ଘର ବିହାରରେ। ତେବେ ସେମାନଙ୍କ ମଧ୍ୟରୁ ଜଣେ ଦୁଇ ମହଲା ବିଶିଷ୍ଟ ଉକ୍ତ ବିଲଡିଂରୁ ପ୍ରଥମ ମହଲାରୁ ଡେଇଁ ନିଜ ଜୀବନ ବଞ୍ଚାଇ ପାରିଛନ୍ତି।

ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସଟସର୍କିଟରୁ ନିଆଁ ଲାଗିଥିବା ପୁଲିସ ସନ୍ଦେହ କରୁଛି।  ତେବେ ଶବ ଗୁଡ଼ିକୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ  ବୋଲି ପୁଲିସ କହିଛି।


Powered by Froala Editor