ରାଜ୍ୟରେ ପୌର ନିର୍ବାଚନ ଜାରି, ୫ଟା ଯାଏ ଭୋଟ୍‌ ଗ୍ରହଣ

ରାଜ୍ୟରେ ପୌର ନିର୍ବାଚନ ଜାରି, ୫ଟା ଯାଏ ଭୋଟ୍‌ ଗ୍ରହଣ

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟର ଆଜି ଜାରି ରହିଛି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ।  ନେତା ବାଛୁଛନ୍ତି ସହରବାସୀ  । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି  । ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଆରମ୍ଭ ହୋଇଛି ଭୋଟ  । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ମୋଟ ୪୦ ଲକ୍ଷରୁ ଅଧିକ ଭୋଟର  । ଅପରାହ୍ନ ୫ଟା ଯାଏ ଚାଲିବ ଭୋଟ ଗ୍ରହଣ  । ଚଳିତ ପୌର ନିର୍ବାଚନରେ ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିଛି  । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ ରହିଛି  ।


ଆଜି ସକାଳ ୯ଟା ସୁଦ୍ଧା ୧୦% ପ୍ରତିଶତ ମତଦାନ ହୋଇଛି । ଏନେଇ ଏସଇସିଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଯେହେତୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ମତଦାନ ଜାରି ରହିବ, ମତଦାନ ଉସôାହଜନକ ରହିବ ବୋଲି ଆଶା କରାଯାଉଛି । 

ଅନ୍ୟପଟେ, ଅନେକ ସ୍ଥାନରେ ଇଭିଏମ୍ ତ୍ରୁଟି ଥିବା ଯୋଗୁଁ ମତଦାନ ବିଳମ୍ବ ହୋଇଥିବାବେଳେ କିଛି ସ୍ଥାନରେ ଭୋଟର ତାଲିକାରେ ତ୍ରୁଟି ଥିବା କାରଣରୁ  ଭୋଟ ଦାନ ବନ୍ଦ ରହିଛି ।

ଆଜି ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲିଚାଲି ଆସି ବିଏମସି ୫୩ ନମ୍ବର ୱାର୍ଡରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭୋଟ ଦାନ ପାଇଁ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାିଥିଲା । ନବୀନ ନିବାସରୁ ୧୦୦ମିଟର ଦୂରରେ ବୁଥ୍ ଥିବାରୁ ମୁଖ୍ୟମନ୍ତ୍ରୀ ଚାଲିଚାଲି ଆସି ଭୋଟ ଦେଇଛନ୍ତି । 

Powered by Froala Editor