୮ ବର୍ଷର ଶିଶୁ କନ୍ୟାର ଗଳା କାଟି ହତ୍ୟା

୮ ବର୍ଷର ଶିଶୁ କନ୍ୟାର ଗଳା କାଟି ହତ୍ୟା

ରାଜ୍ୟ ଖବର

ସମ୍ୱଲପୁର: ମାନବିକତାକୁ ଭୁଲି ପଶୁ ପାଲଟିଲା ମଣିଷ । ୮ ବର୍ଷର ଝିଅକୁ  ଗ୍ରାମର ଜଣେ ଯୁବକ ଗୋଡାଇ ଗୋଡାଇ ହାଣିଛି । ଶୌଚ ହେବାକୁ ଯାଇଥିବା ସମୟରେ ୮ ବର୍ଷ ଝିଆକୁ ଯୁବକ ଜଣଙ୍କ ଗୋଡାଇ ଗୋଡାଇ ହାଣି ଗଳାକାଟି ନୃଶଂସ ଭାବେ ହତ୍ୟା କରିଛି । ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା କସଡା ଗାଁ’ରେ  ।

 ଯୁବକଙ୍କ ଉନ୍ମତ୍ତ କାଣ୍ଡରେ  ଘଟଣା ସ୍ଥଳରେ ହିଁ ଝିଅଟିର ମୃତୁ୍ୟ ହୋଇଥିବା ଜଣାପଡିଛି । ଯୁବକଟି ଶିଶୁକନ୍ୟାକୁ ହତ୍ୟା ପରେ, ତା’ର କଟାମୁଣ୍ଡକୁ ଧରି ଗାଁ’ରେ ବୁଲିଥିଲା । 

 ଗ୍ରାମବାସୀମାନେ ଯୁବକକୁ କାବୁ କରି ପୋଲିସ୍ ଜିମାରେ ଦେଇଛନ୍ତି । ତେବେ କାହିଁକି ଯୁବକ ଏଭଳି କାଣ୍ଡ ଘଟାଇଲା ତା’ର କାରଣ ଅସ୍ପଷ୍ଟ ରହିଛି ।  ମୃତଦେହକୁ ପୋଲିସ୍ ଜବତ କରି ତଦନ୍ତ ଜାରି ରଖିଛି । 

Powered by Froala Editor