ରାଘବ ନୁହନ୍ତି, ଅନୁଭବ ହିଁ ସର୍ବ କନିଷ୍ଠ ସାଂସଦ

ରାଘବ ନୁହନ୍ତି, ଅନୁଭବ ହିଁ ସର୍ବ କନିଷ୍ଠ ସାଂସଦ

ରାଜ୍ୟ ଖବର

ଭୁବନେଶ୍ୱର : ଆମ ଆଦମୀ ପାର୍ଟି ପକ୍ଷରୁ ରାଘବ ଚଢ଼ାଙ୍କୁ ପଞ୍ଜାବରୁ ରାଜ୍ୟସଭାକୁ ପଠାଇବା ପାଇଁ ନିଷ୍ପତ୍ତି ନିଆଯିବା ପରେ କିଏ ସର୍ବ କନିଷ୍ଠ ସାଂସଦ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ରାଘବ ଚଢ଼ା ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ହେବେବୋଲି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି  । କିନ୍ତୁ ବାସ୍ତବରେ ଓଡ଼ିଶାର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ହିଁ ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ବୋଲି ତଥ୍ୟ କହୁଛି  ।

ଅନୁଭବ ମହାନ୍ତି ୧୯୮୧ ମସିହା ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିଲେ  । ସେ ୨୦୧୪  ଜୁନରେ ରାଜ୍ୟସଭା ସାଂସଦ ହୋଇଥିଲେ  । ଅର୍ଥାତ ସେତେବେଳେ ତାଙ୍କ ବୟସ ୩୨ ବର୍ଷ  ୬ ମାସ ଥିଲା  । ଯେତେବେଳେକି ଆପ ବିଧାୟକ ରାଘବ ଚଢ଼ାଙ୍କ ଜନ୍ମ ତାରିଖ ହେଉଛି ୧୯୮୮ ମସିହା ନଭେମ୍ବର ୧୧  । ସେ ଏବେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇନଥା’ନ୍ତି  । ଏବେ ତାଙ୍କ ବୟସ ୩୩ ବର୍ଷ ଟପିସାରିଛି  । ଅର୍ଥାତ ଅନୁଭବ ହିଁ ରାଜ୍ୟସଭାର ସର୍ବକନିଷ୍ଠ ସାଂସଦ ହେବେ  ।

ଏନେଇ ବିଜେପି ନେତା ମନୋଜ ତିୱାରୀ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଛନ୍ତି  । ରାଘବ ଚଢ଼ା ନୁହଁନ୍ତି, ତାଙ୍କ ପୂର୍ବରୁ ଅନୁଭବ ସର୍ବକନିଷ୍ଠ ସାଂସଦ ହୋଇସାରିଛନ୍ତି ବୋଲି ସେ କହିଛନ୍ତି  ।

Powered by Froala Editor