ବଢ଼ିବ ନାହିଁ ବିଜୁଳି ଦର, ଗାଁ ଉପଭୋକ୍ତା ପାଇବେ ରିହାତି

ବଢ଼ିବ ନାହିଁ ବିଜୁଳି ଦର, ଗାଁ ଉପଭୋକ୍ତା ପାଇବେ ରିହାତି

ରାଜ୍ୟ ଖବର

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ବିଜୁଳି ଦର ବଢ଼ିବ ନାହିଁ। ଗତବର୍ଷ ଯାହା ଥିଲା ଏବେ ବି ସମାନ ଦର ରହିବ  । ତେବେ ଗାଁ ଉପଭୋକ୍ତାଙ୍କ ପାଇଁ ରିହାତି ମିଳିବ  । ଗାଁର ଉପଭୋକ୍ତମାନେ ଯଦ ଠିକ ସମୟରେ ବିଜୁଳି ବିଲ ପଇଠ କରିବେ ତେବେ ସେମାନଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମଳିବ  । ସେହିଭଳି ସିଙ୍ଗଲ ଫେଜ ଉପଭୋକ୍ତା ଯଦି ଡିଜିଟାଲ ମୋଡ୍ରେ ବିଲ ପ୍ରଦାନ କରନ୍ତି ଓ ଯେଉଁ ମାସର ବିଲ ସେହି ମାସରେ ପଇଠ କରନ୍ତି ତେବେ ସେମାନଙ୍କୁ ଅନ୍ୟ ସବୁ ରିହାତି ବ୍ୟତୀତ ଆଉ ୩% ରିହାତି ମିଳିବ  ।

୨୦୨୨-୨୩ ବର୍ଷ ପାଇଁ ଓଡ଼ିଶା ବିଦ୍ୟୁତ ନିୟାୟକ ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି  । ଅପ୍ରେଲ ପହିଲାରୁ ଏହି ନୂତନ ବିଜ୍ଞପ୍ତି କାର୍ୟ୍ୟକାରୀ ହେବ  ।

ନୂତନ ବିଜ୍ଞପ୍ତି ଅନୁସାରେ ଶୂନରୁ ୫୦ ୟୁନିଟ ପର୍ୟ୍ୟନ୍ତ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ହାରାହାରି ୩ ଟଙ୍କା ଦେବାକୁ ପଡ଼ିବ  । ଏହି କ୍ରମରେ ୫୧ରୁ ୨୦୦ ୟୁନିଟ ଯାଏଁ ୪ ଟଙ୍କା ୮୦ ପଇସା, ୨୦୧ରୁ ୪୦୦ ୟୁନିଟ ପର୍ୟ୍ୟନ୍ତ ବିଜୁଳି ଦର ୫ ଟଙ୍କା ୮୦ ପଇସା ରହିବ  । ସେହିପରି ୪୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଦର ୬ ଟଙ୍କା ୨୦ ପଇସା ରହିବ  ।

Powered by Froala Editor