ନୂଆଦିଲ୍ଲୀ: ଥମୁନି ମହଙ୍ଗା ମାଡ । ଦେଶରେ ପୁଣି ବଢିଛି ତୈଳ ଦର। ଆଜି ଲିଟର ପିଛା ୭୬ରୁୁ ୮୫ପଇସା ବଢିଛି ତେଲ ଦର । ଗତ ୪ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଦାମ୍ ବଢିଛି । ବର୍ଦ୍ଧିତ ଦର ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୮୧ ଟଙ୍କା ଏବଂ ଡିଜେଲ ୮୯.୦୭ ଟଙ୍କା ହୋଇଯାଇଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦେଶବ୍ୟାପୀ ପେଟ୍ରୋଲ-ଡିଜେଲର ରେଟ୍ ବୃଦ୍ଧି ପାଉଛି ।
ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୨ଟଙ୍କା ୫୧ ପଇସା ଓ ଡିଜେଲ ୯୬ଟଙ୍କା ୭୦ ପଇସା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ୧୦୩ଟଙ୍କା ୩୭ପଇସା ଓ ଡିଜେଲ ୯୩ଟଙ୍କା ୭୧ପଇସା ରହିଛି । କୋଲକାତାରେ ପେଟ୍ରୋଲ ୧୦୬ଟଙ୍କା ୩୪ପଇସା ରହିଥିବାବେଳେ ଡିଜେଲ ୯୧ଟଙ୍କା ୪୨ପଇସା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୧୦୪ଟଙ୍କା ୫୫ପଇସା ଓ ଡିଜେଲ ୯୪ଟଙ୍କା ୨୯ପଇସା ରହିଛି ।
Powered by Froala Editor
